ନୂଆଦିଲ୍ଲୀ : ଟାଇମ୍ସ ହାଇଅର ଏଜୁକେସନ୍ ଏମର୍ଜିଂ ଇକୋନମିଜ୍ ୟୁନିଭର୍ସିଟି ରୢାଙ୍କିଙ୍ଗ୍-୨୦୧୯ରେ ଓଡ଼ିଶାର ୨ଟି ଶିକ୍ଷା ସଂସ୍ଥାନ ଆଇଆଇଟି ଭୁବନେଶ୍ବର ଓ ଏନ୍ଆଇଟି ରାଉରକେଲା ବିଶ୍ବର ଶ୍ରେଷ୍ଠ ୨୦୦ ଶିକ୍ଷା ସଂସ୍ଥାନ ତାଲିକାରେ ସାମିଲ୍ ହୋଇଛନ୍ତି। ତାଲିକାରେ ଆଇଆଇଟି ଭୁବନେଶ୍ବର ୧୫୩ ତମ ସ୍ଥାନରେ ଥିବାବେଳେ ଏନ୍ଆଇଟି ରାଉରକେଲା ୧୭୧ତମ ସ୍ଥାନରେ ରହିଛି। ଟାଇମ୍ସ ହାଇଅର ଏଜୁକେସନ୍ ୟୁନିଭର୍ସିଟି ରୢାଙ୍କିଂରେ ୪୩ ଦେଶର ୪୫୦ଟି ବିଶ୍ବବିଦ୍ୟାଳୟକୁ ସାମିଲ କରାଯାଇଥିଲା। ଶ୍ରେଷ୍ଠ ୨୦୦ ଶିକ୍ଷା ସଂସ୍ଥାନ ତାଲିକାରେ ଭାରତର ସର୍ବମୋଟ୍ ୪୯ଟି ଶିକ୍ଷା ସଂସ୍ଥାନ ସ୍ଥାନ ପାଇଛନ୍ତି। ଶିକ୍ଷା ସଂସ୍ଥାନରେ ଶିକ୍ଷା ତଥା ଛାତ୍ରଛାତ୍ରୀମାନଙ୍କ ଅନୁପାତ, ଗବେଷଣା, ସଂସ୍ଥାନର ଭିତ୍ତିଭୂମି ତଥା ଅଧ୍ୟୟନ କରୁଥିବା ସମୟରେ ଛାତ୍ରଛାତ୍ରୀମାନଙ୍କ ପ୍ଲେସମେଣ୍ଟ୍ ସ୍ଥିତି ଉପରେ ଆକଳନ କରାଯାଇଥିଲା।
ବିଶ୍ବର ଶ୍ରେଷ୍ଠ ୨୦୦ ଶିକ୍ଷା ସଂସ୍ଥାନ ତାଲିକା : ୧୫୩ତମ ସ୍ଥାନରେ ଭୁବନେଶ୍ବର ଆଇଆଇଟି
/sambad/media/post_attachments/wp-content/uploads/2019/01/iit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)