ୱାସିଂଟନ: ଶନିବାର ବଡ଼ିଭୋରରୁ ଟେକ୍ସାସର ଗଲ୍ଫ ଉପକୂଳରେ ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା (ଟର୍ଣ୍ଣାଡ଼ୋ) ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଥିଲା। ଏହି ବାତ୍ୟାରେ ଜଣେ ଲୋକର ମୃତ୍ୟୁ ହେବା ସହ ୧୦ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ବୋଲି କ୍ୟାମେରନ କାଉଣ୍ଟିର ଜରୁରି ପରିଚାଳନା ସଂଯୋଜକ ଟମ ହୁସେନ କହିଛନ୍ତି। ଏହି ବାତ୍ୟାରେ ଅନେକ ଲୋକଙ୍କର ଘର ମଧ୍ୟ ଭାଙ୍ଗିଯାଇଛି ଏବଂ ବିଦ୍ୟୁତ୍ ଲାଇନ କଟିଯାଇଛି। ଟର୍ଣ୍ଣାଡ଼ୋ ବିଷୟରେ କୌଣସି ପୂର୍ବ ସତର୍କ ସୂଚନା ମଧ୍ୟ ଦିଆଯାଇପାରି ନ ଥିଲା।
ଟେକ୍ସାସର ଗଲ୍ଫ ଉପକୂଳରେ ଭୟଙ୍କର ଟର୍ଣ୍ଣାଡୋ: ୧ ମୃତ, ୧୦ ଆହତ
/sambad/media/post_attachments/wp-content/uploads/2023/05/4ff4s5h4fs654h65sfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)