ଟରଣ୍ଟୋ: କାନାଡାର ଟରଣ୍ଟୋ ସହରରେ ଘରଭଡ଼ା ମାତ୍ରାଧିକ ବୃଦ୍ଧି ପାଉଥିବା ବ‌େଳେ ଜଣେ ମହିଳା ତାଙ୍କ ଶୋଇବା ଖଟରୁ ଅଧେ ଭଡ଼ା ଦେବେ ବୋଲି ବିଜ୍ଞାପନ ଦେଇ ଅନେକଙ୍କୁ ବିସ୍ମିତ କରି ପକାଇଥିବା କଥା ‘ଟିକ୍‌ ଟକ୍‌’ ଭିଡିଓରୁ ଉଦ୍ଧାର କରି ‘ବିଜ୍‌ନେସ୍‌ ଇନ୍‌ସାଇଡର୍‌’ ରିପୋର୍ଟ କରିଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଗତମାସରେ ଘର କିଣାବିକା ବ୍ୟବସାୟ କରୁଥିବା ଟରୋଣ୍ଟୋର ଆନିୟା ଏଟ୍ଟିଙ୍ଗର୍‌ ନାମରେ ଜଣେ ଏଜେଣ୍ଟ୍‌ ‘ଫେସ୍‌ବୁକ୍‌ ମାର୍କେଟ୍‌ପ୍ଲେସ୍’ରେ ଏହି ବିଜ୍ଞାପନ ଦେଖି ‘ହାଇଲାଇଟ୍‌’ କରିଥିଲେ। ଜଣେ ମହିଳା ତାଙ୍କ ଖଟରୁ ଅଧେ କାନଡୀୟ ଡଲାର୍‌ ୯୦୦ରେ (ଭାରତୀୟ ମୁଦ୍ରାରେ ୫୪,୭୯୦ ଟଙ୍କା) ମାସିକ ଭଡ଼ାସୂତ୍ରରେ ଦେବାକୁ ଆଗ୍ରହୀ ବୋଲି ଉକ୍ତ ବିଜ୍ଞାପନରେ ଉଲ୍ଲେଖ ଥିଲା।

publive-image Image Courtesy of Mint

ଏବେ ଡିଲିଟ୍‌ ହୋଇସାରିଥିବା ଆନିୟା ଏଟ୍ଟିଙ୍ଗର୍‌ଙ୍କର ଉକ୍ତ ‘ଫେସ୍‌ବୁକ୍‌’ ପୋଷ୍ଟ୍‌ରେ ଲେଖାଥିଲା, ଡବଲ୍‌ ବେଡ୍‌ରୁ ସାମାନ୍ୟ ବଡ଼ ଖଟ ପଡ଼ିଥିବା ମୁଖ୍ୟ ବେଡ୍‌ରୁମ୍‌କୁ ସେୟାର୍‌ କରିବା ପାଇଁ ଜଣେ ଶାନ୍ତଶିଷ୍ଟ ଓ ଧୈର୍ଯ୍ୟଶୀଳା ମହିଳା ଆବଶ୍ୟକ। ପୂର୍ବରୁ ଜଣେ ‘ଫେସ୍‌ବୁକ୍‌’ ବାନ୍ଧବୀଙ୍କୁ ଏହି ଖଟ ଭଡ଼ା ଦେଇ ସଫଳ ସେ ସଫଳ ହୋଇଥିଲେ।

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଅନିୟାଙ୍କର ଏହି ଭିଡିଓ ‌ଟରଣ୍ଟୋରେ ମାତ୍ରାଧିକ ଘରଭଡ଼ା ବୃଦ୍ଧିଜନିତ ସମସ୍ୟା ଉପରେ ଆଲୋକପାତ କରିଛି। କାନାଡାର ଏହି ସହରରେ ଘରର ଦାମ ଅତ୍ୟଧିକ ବୋଲି ସମସ୍ତେ ଜାଣନ୍ତି।

ଗୋଟାଏ ଖଟରୁ ଅର୍ଦ୍ଧେକର ଭଡ଼ା ମୂଲ୍ୟ ବାବଦକୁ ମାସିକ ୯୦୦ କାନଡୀୟ ଡଲାର୍‌ ହୋଇଥିବା ଜାଣି ବି ଅନେକ ଲୋକ ଆଚମ୍ବିତ ହୋଇଯାଉଛନ୍ତି। ସୂଚନାଯୋଗ୍ୟ, ଟରଣ୍ଟୋରେ ଗୋଟିଏ ବେଡ୍‌ରୁମ୍‌ବିଶିଷ୍ଟ ଘରର ମାସିକ ଭଡ଼ା ଭାରତୀୟ ମୁଦ୍ରାରେ ୨,୧୭,୮୭୦ ଟଙ୍କା। ତେଣୁ, ଖର୍ଚ୍ଚ ହ୍ରାସ ନିମନ୍ତେ ଟରଣ୍ଟୋରେ ରହୁଥିବା ଅଧିକାଂଶ ଲୋକ ‘ରୁମ୍‌ମେଟ୍‌’ ଖୋଜନ୍ତି।