ନୂଆଦିଲ୍ଲୀ: ସାରା ଦେଶରେ ଜାନୁଆରି ୧୬ରେ ଆରମ୍ଭ ହୋଇଥିଲା କରୋନା ଟୀକାକରଣ। ଗତକାଲି ମାତ୍ର ୬ଟି ରାଜ୍ୟରେ ଟୀକାକରଣ ହୋଇଥିବା ବେଳେ ଆଜି ପୁୁଣି ଥରେ ସାରା ଦେଶରେ ଟୀକାକରଣ ହୋଇଥିଲା। ଶନିବାର ଏବଂ ରବିବାର ୨ଲକ୍ଷ ୨୪ହଜାର ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୧,୪୮,୨୬୬ଜଣଙ୍କୁ ଟିକା ଦିଆଯାଇଛି। ଏ ପର୍ଯ୍ୟନ୍ତ ୫୮୦ଜଣଙ୍କ ମଧ୍ୟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ୭ଜଣଙ୍କୁୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏ ସମ୍ପର୍କରେ ସୂଚନା ଦେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, କରୋନା ଟିକା ନେବା ପରେ ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର କରୋନା ଟିକା ପାଇଁ ମୃତ୍ୟୁ ହୋଇନଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। କର୍ଣ୍ଣାଟକରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ମୃତ୍ୟୁର କାରଣ ଜଣାପଡ଼ିିନାହିଁ।
/sambad/media/post_attachments/cdadd28152328a98061f7ec93fc8822ec7bace2bc5d52a251c2ba4d5855a25a1.jpg)
ଉଲ୍ଲେଖଯୋଗ୍ୟ, ଟୀକାକରଣର ପ୍ରଥମ ଦିନରେ ପ୍ରାୟ ୨ ଲକ୍ଷ ୭ ହଜାର ୨୨୯ ଜଣ ଟିକା ନେଇଥିବା ବେଳେ ଗତକାଲି ୬ଟି ରାଜ୍ୟର ମାତ୍ର ୧୭୦୭୨ ଜଣ ଲୋକ ଟିକା ନେଇଥିଲେ। ଆଜି ୧,୪୮,୨୬୬ଜଣ ଟିକା ନେବା ପରେ ଦେଶରେ ଟିକା ନେବା ଲୋକଙ୍କ ସଂଖ୍ୟା ୩.୮୧ଲକ୍ଷରେ ପହଞ୍ଚିଛି।