ଚିନ୍ତା ବଢାଇଲା ମୁମ୍ବାଇର ଧରାବି ବସ୍ତି, ମୋଟ ସଂକ୍ରମିତ ସଂଖ୍ୟା ୧୦୦ ଟପିଲା

ମୁମ୍ବାଇ : ମହାରାଷ୍ଟ୍ର ସମଗ୍ର ଦେଶରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ରାଜ୍ୟର ମାନ୍ୟତା ପାଇଛି । ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୫ରେ ପହଞ୍ଚିଛି, ଏହା ମଧ୍ୟରୁ ମୃତ୍ୟୁସଂଖ୍ୟା ୧୯୪କୁ ବୃଦ୍ଧି ପାଇଛି ।

ତେବେ ମହାରାଷ୍ଟ୍ର ସରକାରଙ୍କ ସବୁଠାରୁ ଅଧିକ ଚିନ୍ତାର କାରଣ ହୋଇଛି ମୁମ୍ବାଇର ଧରାବି ବସ୍ତି । ଏହି ବସ୍ତିରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି । ଶୁକ୍ରବାରଦିନ ଏହି ବସ୍ତିରେ ୧୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ।

ବିଶ୍ୱର ବୃହତ୍ତମ ବସ୍ତି କୁହାଯାଉଥିବା ଧରାବିକୁ ନେଇ ଚିନ୍ତାର କାରଣ ହେଉଛି ଏହି ବସ୍ତିର ଘନ ଜନସଂଖ୍ୟା । ମାତ୍ର ୨.୧୬ ବର୍ଗ କିଲୋମିଟର ଅଞ୍ଚଳରେ ଥିୁବା ଏହି ବସ୍ତିରେ ପ୍ରାୟ ୧୫ ଲକ୍ଷ ରୁହନ୍ତି । ଅଧିକାଂଶ ଲୋକ ଗରିବ ଶ୍ରମିକ ଶ୍ରେଣୀର ଓ ସେମାନେ ମୁଖ୍ୟତଃ ଝାଟିମାଟି ତଥା ପଲିଥିନ ଟଣାହୋଇଥିବା ଘରେ ରୁହନ୍ତି । ଏପରି ଏକ ବସ୍ତିରେ ବ୍ୟାପୁଥବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ ନକରାଗଲେ ଆଗକୁ ତାହା ଏକ ବଡ଼ ମାନବୀୟ ବିପଦରେ ପରିଣତ ହେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର