ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫୬

ନୂଆଦିଲ୍ଲୀ: ୨୧ଦିନିଆ ଲକଡାଉନ୍ ପଦକ୍ଷେପ ସମଗ୍ର ଦେଶରେ କରୋନାଭାଇରସ ସଂକ୍ରମଣକୁ ପ୍ରତିହତ କରିବ ବୋଲି ଭାରତୀୟ ସରକାରୀ କର୍ତ୍ତୃପକ୍ଷମାନେ ଆଶା କରୁଛନ୍ତି। ଏହି ଭୂତାଣୁର ଦ୍ରୁତ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଭାରତ ସମେତ ବିଶ୍ୱର ଅନେକ ଦେଶ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି ।

ଗୁରୁବାର ସକାଳ ସୁଦ୍ଧା ବିଭିନ୍ନ ରାଜ୍ୟରୁ ପ୍ରାପ୍ତ ସୂଚନା ଅନୁସାରେ, ଦେଶରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫୬ରେ ପହଞ୍ଚିଛି । ଆକଳନ ଅନୁସାରେ ଗତ ପାଞ୍ଚ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ଅନ୍ୟୁନ ୬୦ ବୋଲି ଜଣାପଡ଼ିଛି ।

Image Source: The Economic Times

ବୁଧବାର ସୁଦ୍ଧା ସମୁଦାୟ ୫୬ଜଣ କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏବେ କରୋନଭାଇରସ୍ ସଂକ୍ରମଣ ଗୋଆକୁ ବ୍ୟପିଯାଇଛି । ସେଠାରେ ୩ଜଣ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଉତ୍ତରପୂର୍ବ ଭାରତୀୟ ରାଜ୍ୟ ମଣିପୁର ଓ ମିଜୋରାମରେ ମଧ୍ୟ ଜଣେ ଲେଖାଏଁ ଏଥିରେ ଆକ୍ରାନ୍ତ ହୋଇଥିବା ଖବର ଆସିଛି ।

ବୁଧବାର ଦିନ କୋଡ଼ିଏ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୪ଟି ନୂଆ କରୋନାଭାଇରସ୍ ସଂକ୍ରମଣ କେସ୍ ଆସିଛି । ସୋମବାର ପରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ କେସ୍ ।

ଗୋଆରେ ୨୫, ୨୯ ଓ ୫୫ ବର୍ଷର ତିନିଜଣ ପୁରୁଷ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ନିକଟ ଅତୀତରେ ସେମାନେ ସ୍ପେନ୍, ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ଗୋଆ ଫେରିଥିଲେ ।୧୫ଟି ନୂଆ କେସ୍ ସହ ସଂକ୍ରମଣରେ ମହାରାଷ୍ଟ୍ର କେରଳକୁ ଟପିଯାଇଛି ।

ସମ୍ବନ୍ଧିତ ଖବର