ନୂଆଦିଲ୍ଲୀ: ରେକର୍ଡ ସଂଖ୍ୟକ କରୋନାଭାଇରସ୍ ବୃଦ୍ଧି କାରଣରୁ ଆଜି ରାତିରୁ ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ଦିଲ୍ଲୀରେ ସମ୍ପୂର୍ଣ୍ଣ ରୂପେ ଲକଡାଉନ୍ ଜାରି କରାଯିବ।
ରବିବାର ଦିନ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ୨୫,୪୬୨ ନୂତନ ସଂକ୍ରମଣ ଚିହ୍ନଟ ହୋଇଥିଲା। ଏଥିରେ ପଜିଟିଭ୍ ହାର ଥିଲା ପ୍ରାୟ ୩୦% ଅର୍ଥାତ୍ ସହରରୁ ସଂଗୃହୀତ ପ୍ରତି ତିନୋଟି ନମୁନାରୁ ଗୋଟିଏ ପଜିଟିଭ୍ ବାହାରି ଥିଲା।
Image Courtesy of The Financial Expressଏହାପୂର୍ବରୁ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି।
କୋଭିଡ୍-୧୯ ପରିସ୍ଥିତିରେ ଅବନତି ଘଟୁଥିବାରୁ ଆଜି ପୂର୍ବାହ୍ନ ୧୧.୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି।
Image Courtesy of India Todayଗତକାଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟାଲ୍ ମଧ୍ୟ କହିଥିଲେ ଯେ, ଦେଶରେ ହଠାତ୍ କୋଭିଡ୍ ସଂକ୍ରମଣ ଅଭୂତପୂର୍ବ ଭାବେ ବୃଦ୍ଧି ପାଉଥିବା ଦୃଷ୍ଟିରୁ ରାଜ୍ୟମାନଙ୍କୁ କୋଭିଡ୍-୧୯ ପରିଚାଳନାରେ ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି। ପାତର ଅନ୍ତର ନ ରଖି କେନ୍ଦ୍ର ସରକାର କୋଭିଡ୍-୧୯ ବିରୋଧରେ ସଂଗ୍ରାମ କରୁଥିବାରୁ ଏ ପ୍ରସଙ୍ଗରେ ରାଜନୀତି କରିବା ଅନୁଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Complete-Curfew-Imposed-in-Delhi-For-7-Days_Thumbnail.jpg)