ନୂଆଦିଲ୍ଲୀ: ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ହୋଲି ପାଳନ କରିବାକୁ ଭାରତକୁ ଆସି ଥାଆନ୍ତି। କିନ୍ତୁ ଅନେକ ସମୟରେ କିଛି ପୁରୁଷଙ୍କ ସ୍ଭଭାବ ପାଇଁ ଏହି ରଙ୍ଗପର୍ବ ହୋଲି ମହିଳାଙ୍କୁ ଖୁସି ଦେବା ବଦଳରେ ମନରେ ଏକ ପ୍ରକାର ଭୟ ଛାପଛାଡ଼ି ଦେଇଯାଇଥାଏ। ଏମିତି ଏକ ଘଟଣା ବିଦେଶୀ ଭ୍ରମଣ ବ୍ଲଗର ଡେନିଏଲଙ୍କ ସହ ଘଟିଛି। ଯାହାଙ୍କ ହୋଲି ୨୦୨୫ର ସ୍ମୃତି ରଙ୍ଗରେ ନୁହେଁ ବରଂ ଭୟରେ ପରିପୂର୍ଣ୍ଣ ଥିଲା।
ଡେନିଏଲ ଇନଷ୍ଟାଗ୍ରାମରେ ହୋଲି ସମୟରେ ନିଜର ଅନୁଭୂତି ବଖାଣି କହିଛନ୍ତି, ‘ "ହୋଲି ମୋ ପାଇଁ ଏବଂ ଅନେକ ମହିଳାଙ୍କ ପାଇଁ ଏକ ଯନ୍ତ୍ରଣାଦାୟକ ଅଭିଜ୍ଞତା ହୋଇଛି କାରଣ କିଛି ପୁରୁଷ ଏହାକୁ ମହିଳାଙ୍କୁ ସ୍ପର୍ଶ କରିବା ଏବଂ ହଇରାଣ କରିବାର ସୁଯୋଗ ଭାବରେ ନିଅନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ।
ହୋଲିଦିନ ମୁଁ ଖୁବ କାନ୍ଦିଛି। କାରଣ ଚଳିତ ହୋଲିରେ କିଛି ପୁରୁଷଙ୍କ ସ୍ବଭାବ ମୋତେ ନିରାଶ କରି ଦେଇଛି। କିଛି ପୁରୁଷ ହୋଲିର ଫାଇଦା ଉଠାଇବାକୁ ଯାଇ ପରିସ୍ଥିତିକୁ ମହିଳାମାନଙ୍କ ପାଇଁ ଅସ୍ବଭାବିକ କରି ଦେଇଥାଆନ୍ତି। ମୁଁ କିଛି ଲୋକଙ୍କ ଭୁଲ କାମ ପାଇଁ ମୋର ଭାରତ ଯାତ୍ରାକୁ ପଥଭ୍ରଷ୍ଟ କରିବାକୁ ଦେବି ନାହିଁ। କାରଣ ଭାରତରେ ବହୁତ ଭଲ ଲୋକ ବି ଅଛନ୍ତି। କିଛି ଲୋକଙ୍କ କାର୍ଯ୍ୟ ଆଧାରରେ ସମଗ୍ର ଦେଶକୁ ବିଚାର କରାଯିବା ଉଚିତ୍ ନୁହେଁ।’