ଭୁବନେଶ୍ବର : ହସ୍ପିଟାଲ୍ରେ ଭର୍ତ୍ତିଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟଗୁଡ଼ିକ ଉପରେ ସର୍ବଦା ନଜର ରଖାଯାଏ। ନର୍ସ ଏବଂ ଅନ୍ୟାନ୍ୟ ପରୀକ୍ଷା ଜରିଆରେ ଏହି କାମ ହୋଇଥାଏ। ହୃଦ ସ୍ପନ୍ଦନ, ନିଶ୍ବାସ ପ୍ରଶ୍ବାସ ହାର, ରକ୍ତ ଚାପ, ଅକ୍ସିଜେନ୍ ସାଚୁରେସନ ସ୍ତର, ଶରୀରର ତାପମାତ୍ରା ଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚିକିତ୍ସା ପାଇଁ ବେଶ ଉପଯୋଗୀ। ମାତ୍ର ଏବେ ଏକ ପ୍ରଯୁକ୍ତି ବିକାଶ କରାଯାଇଛି ଯାହା ଜରିଆରେ ରୋଗୀଙ୍କୁ ସ୍ପର୍ଶ ନକରି ତାଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ତଥ୍ୟ ଉପରେ ନଜର ରଖିହେବ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ପ୍ରଯୁକ୍ତିକୁ ବେଲେ ଭୁଏ କ୍ଲିନିକ୍ ବ୍ୟବହାର କରିବା ଆରମ୍ଭ କରିଛି। ଡୋଜ୍ ନାମକ ସଂସ୍ଥାର ଏହି ବ୍ୟବସ୍ଥା ଜରିଆରେ ଦୁଇ ମାସରେ ପ୍ରାୟ ୩୦୦ ରୋଗୀଙ୍କ ଉପରେ ନଜର ରଖାଯାଇପାରିଛି। ଏହା ଅଣ-ଆଇସିୟୁ ଶଯ୍ୟାକୁ ଷ୍ଟେପ୍-ଡାଉନ୍ ଆଇସିୟୁରେ ପରିଣତ କରିପାରୁଛି। ଏହି ପ୍ରଯୁକ୍ତି ଦ୍ବାରା ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ରହୁଥିବା ଚାପ ହ୍ରାସ ପାଇବ ବୋଲି କ୍ଲିନିକ୍ର ସିଇଓ ପ୍ରଦୀପ ଟଣ୍ଡନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Coronavirus_Treatment_Picxy.compankaj22_21042021_1200_1_0.jpg)