ଗୌହାଟୀ : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ହୋଇଥିବାବେଳେ ଆସାମରେ ବି ପ୍ରବଳ ଆନ୍ଦୋଳନ ଓ ହିଂସା ଉପୁଜିଛି। ତେବେ ସିଏଏ ଆନ୍ଦୋଳନ ଓ ହିଂସା ପାଇଁ ପାଇଁ ଆସାମରେ ପର୍ଯ୍ୟଟନ କ୍ଷେତ୍ରରେ ୧୦୦୦ କୋଟି ଟଙ୍କାର କ୍ଷତି ଆକଳନ କରାଯାଇଛି। ଚଳିତ ଡିସେମ୍ବରରେ ପର୍ଯ୍ୟଟନରେ ଅତ୍ୟନ୍ତ କ୍ଷତି ହୋଇଛି। ଜାନୁଆରିରେ ମଧ୍ୟ ସମାନ ସ୍ଥିତି ଲାଗି ରହିବ ବୋଲି ଆସାମ ପର୍ଯ୍ୟଟନ ବିକାଶ ନିଗମ ଅଧ୍ୟକ୍ଷ ଜୟନ୍ତ ମଲ୍ଲ ବରୁଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କେବଳ ଘରୋଇ ପର୍ଯ୍ୟଟକ ନୁହେଁ ବିଦେଶ ପର୍ଯ୍ୟଟକ ମଧ୍ୟ ସିଏଏ ଆନ୍ଦୋଳ ପାଇଁ ଆସାମ ଆସିବା ବନ୍ଦ କରିଦେଇଛନ୍ତି। ବିଭିନ୍ନ ଦେଶ ଗୁଡ଼ିକ ସିଏଏ ଆନ୍ଦୋଳନ ପାଇଁ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିପାଇଁ ପର୍ଯ୍ୟଟନରେ ପ୍ରବଳ କ୍ଷତି ହୋଇଛି।
ସିଏଏ ଆନ୍ଦୋଳନ ପାଇଁ ଆସାମରେ ୧୦୦୦ କୋଟି ଟଙ୍କାର ପର୍ଯ୍ୟଟନ କ୍ଷତି
/sambad/media/post_attachments/wp-content/uploads/2020/01/caa-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)