ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ମନ୍ତ୍ରାଳୟର ନୂଆ ପୋର୍ଟାଲ୍‌

ନୂଆଦିଲ୍ଲୀ: ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାବେଳେ ଏବେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଯଦି କୌଣସି ବିଦେଶୀ ପର୍ଯ୍ୟଟକ ଫସି ରହିଥାନ୍ତି ସେମାନଙ୍କ ସୁବିଧା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଏକ ୱେବ୍‌ ପୋର୍ଟାଲ୍‌,’ଷ୍ଟ୍ରାଣ୍ଡେଡ୍‌ ଇନ୍‌ ଇଣ୍ଡିଆ’ ଆରମ୍ଭ ହୋଇଛି। ବିଦେଶୀ ନାଗରିକଙ୍କ ପାଖରେ ସଠିକ୍‌ ସୂଚନା ପହଞ୍ଚାଇବା ପାଇଁ ଏବଂ ସେମାନଙ୍କ ଉଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଏହି ନୂଆ ପୋର୍ଟାଲ୍‌ ଆରମ୍ଭ ହୋଇଛି। ଭାରତରେ ଥିବା ବିଦେଶୀ ପର୍ଯ୍ୟଟକଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରା‌ଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। କୌଣସି ବିଦେଶୀ ପର୍ଯ୍ୟଟକ ଅସୁବିଧାରେ ପଡ଼ିଥିଲେ ଏହି ପୋର୍ଟାଲ୍‌ ମାଧ୍ୟମରେ ଆବଶ୍ୟକ ସୂଚନା ପାଇପାରିବେ ଏବଂ ସରକାରଙ୍କ ପାଖରେ ମଧ୍ୟ ପହଞ୍ଚି ପାରିବେ।

ସମ୍ବନ୍ଧିତ ଖବର