ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି: ୩ ଆଇଆଇଟି ଛାତ୍ରଙ୍କ ସମେତ ୭ ମୃତ

କୁଲୁ: ହିମାଚଳପ୍ରଦେଶର କୁଲୁରେ ଆଜି ଏକ ପର୍ଯ୍ୟଟକ ଗାଡ଼ି ଖାଇକୁ ଖସି ପଡ଼ିବାରୁ ୩ ଆଇଆଇଟି ବାରଣାସୀ ଛାତ୍ରଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ୧୦ ଜଣ ଆହତ ହୋଇଛନ୍ତି। ସେମାନେ ଏକ ଟେମ୍ପୋରେ ଯାତ୍ରା କରୁଥିବା ସମୟରେ ବଂଜାର ସବ୍‌ଡିଭିଜନ୍‌ର ଘିୟାଘି ନିକଟରେ ଦୁର୍ଘଟଣା ହୋଇଥିଲା। ୫ ଜଣଙ୍କ ଘଟଣାସ୍ଥଳ‌ରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଛି। ଆହତମାନଙ୍କୁ ପ୍ରଥମେ ବଂଜାର ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରୁ ସେମାନଙ୍କୁ କୁଲୁ ହସ୍ପିଟାଲ୍‌ ପଠାଯାଇଥିଲା। ୫ ଜଣ କୁଲୁ ଜୋନାଲ ହସ୍ପିଟାଲ୍‌ ଓ ଅନ୍ୟ ୫ ଜଣ ବଂଜାରରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର