ତାଜମହଲ ବାବଦରେ ଟ୍ରମ୍ପଙ୍କୁ ବିବରଣୀ ଦେଉଥିବା ଏହି ବ୍ୟକ୍ତି କିଏ ? ଜାଣନ୍ତି କି

ଆଗ୍ରା: ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଉତ୍ତରପ୍ରଦେଶର ଐତିହାସିକ ସହର ଆଗ୍ରାରେ ପହଞ୍ଚିଥିଲେ । ଏହି ଅବସରରେ ଟ୍ରମ୍ପ ଦମ୍ପତ୍ତି ପ୍ରସିଦ୍ଧ ମୋଗଲ ଭାସ୍କର୍ଯ୍ୟ ତଥା ପ୍ରେମର ପ୍ରତୀକ ତାଜମହଲ ପରିଦର୍ଶନ କରିଥିଲେ । ଉଭୟ ତାଜମହଲ ବୁଲିବା ସହ ଏହାର କଳାକୃତିକୁ ପ୍ରଶଂସା କରିଥିଲେ ଓ ଫଟୋ ଉଠାଇଥିଲେ । ତେବେ ତାଜମହଲ ପରିଦର୍ଶନ ସମୟରେ ଜଣେ ଭାରତୀୟ ଯୁବକ ଟ୍ରମ୍ପଙ୍କୁ ତାଜମହଲର ଇତିହାସ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା |

Photo-the hans india

ତେବେ ଆପଣ ଜାଣିଛନ୍ତି କି ଏହି ଯୁବକ ଜଣକ କିଏ? ଏହି ଯୁବକଙ୍କ ନାମ ହେଉଛି ନିତିନ ସିଂ | ଜଣେ ଗାଇଡ଼ ଭାବେ କାର୍ଯ୍ୟ କରୁଥିବା ନିତିନ ଟ୍ରମ୍ପଙ୍କ ପୂର୍ବରୁ ଅନ୍ୟ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନଙ୍କୁ ତାଜମହଲ ବାବଦରେ ସୂଚନା ଦେଇଛନ୍ତି | ଯେଉଁମାନେ ତାଜମହଲ ଆସିଛନ୍ତି ନିତିନ ତାଙ୍କୁ ସେହି ଭାଷାରେ ତାଜମହଲର ଇତିହାସ ବର୍ଣ୍ଣନା କରିବା ସହ  ମୋଗଲ ସମ୍ରାଟ  ସାହାଜାହାନ ଓ ବେଗମ୍ ମମତାଜଙ୍କ ପ୍ରେମ କାହାଣୀକୁ ଅତି ସୁନ୍ଦର ଢଙ୍ଗରେ ଉପସ୍ଥାପିତ କରିଛନ୍ତି |

ଆଗ୍ରାର କଟାର ଫୁଲେଲରେ ରହୁଥିବା ନିତିନଙ୍କ କଥାକୁ ଉଭୟ ଟ୍ରମ୍ପ ଓ ମେଲାନିଆ ଖୁବ ଧ୍ୟାନ ସହକାରେ ଶୁଣୁଥିବାର ନଜର ଆସିଥିଲା | ନିତିନ ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟହୁ, ବ୍ରାଜିଲର ରାଷ୍ଟ୍ରପତି ଜେୟର ବଲସନାରା , ଫ୍ରାନ୍ସ ରାଷ୍ଟ୍ରପତି ଈମାନୁଏଲ ମେକରୋ ପ୍ରମୁଖଙ୍କୁ ତାଜମହଲ ପରିଦର୍ଶନ ସମୟରେ ସେମାନଙ୍କର ଗାଇଡ୍ ସାଜି ବିବରଣୀ ଦେଇଥିଲେ |

ସମ୍ବନ୍ଧିତ ଖବର