ଶ୍ରୀନଗର: ପଥର ଫିଙ୍ଗାଳିଙ୍କ ପଥରମାଡ଼ରେ ପର୍ଯ୍ୟଟକ ମୃତ, ମୁଖ୍ୟମନ୍ତ୍ରୀ କହିଲେ ଳଜ୍ଜିତ

ଶ୍ରୀନଗର: ଶ୍ରୀନଗର ଗୁଲମାର୍ଗ ରାସ୍ତାରେ କାରରେ ଯାଉଥିବା ବେଳେ ନରବଲ ଠାରେ କାଶ୍ମୀର ବିଚ୍ଛିନତାବାଦୀ ସଙ୍ଗଠନ ଦ୍ୱାରା ପ୍ରଭାବିତ ପଥର ପିଙ୍ଗାଳିଙ୍କ ପଥର ମାଡ଼ରେ ତାମିଲନାଡୁର ଜଣେ ୨୨ ବର୍ଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତ ରବିବାର ଦିନ ସୋପିଆନ ଜିଲ୍ଲାରେ ୫ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀମାନେ ହତ୍ୟା କରିଥିବା ପ୍ରତିବାଦରେ ପଥର ଫିଙ୍ଗାଳିମାନେ ପୁଲିସ ଓ ସାଧାରଣ ଲୋକଙ୍କ ଉପରକୁ ପଥର ପିଙ୍ଗୁଥିଲେ। ଏହି ସମୟରେ ତାମିଲନାଡୁର ଆର ତିରୁମଣି ଓ ତାଙ୍କ ପରିବାର ଗୁଲମାର୍ଗ ଯାଉଥିିବା ବେଳେ ତାଙ୍କ କାରକୁ ପଥର ଫିଙ୍ଗାଳିମାନେ ଆକ୍ରମଣ କରିଥିଲେ। ଫଳରେ ମୁଣ୍ଡରେ ପଥର ବାଜି ଗୁରୁତର ଆହତ ତିରୁମଣିଙ୍କୁ ସୌରାସ୍ଥିତ ଶେର ଇ କାଶ୍ମୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସକୁ ପଠାଯାଇଥିଲା। ସେଠାରେ ତାଙ୍କ ର ମୃତ୍ୟୁ ଘଟିଛି। ସୂଚନାପାଇ ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ବେହେବୁବା ମୁଫ୍‌ତି ଡାକ୍ତରଖାନାରେ ପହଞ୍ଚି ମୃତ ତିରୁମଣିଙ୍କ ବାପା ରାଜଓ୍ଵାଲିଙ୍କୁ ସାନ୍ତ୍ୱନା ଦେଇଛନ୍ତି। ବେହେବୁବା ମୁଫତି କହିଛନ୍ତି ଯେ ଏହି ଘଟଣା ଯୋଗୁଁ ଲଜୃାରେ ତାଙ୍କ ମୁଣ୍ଡ ତଳକୁ ହୋଇ ଯାଉଛି।
ସୂଚନା ଯୋଗ୍ୟ ଯେ ୫ ଦିନ ପୂର୍ବରୁ ଦକ୍ଷିଣ କଶୀରରେ ମୁମ୍ବାଇର ପର୍ଯ୍ୟଟକମାନେ ମଧ୍ୟ ପଥର ଫିଙ୍ଗାଳିଙ୍କ ଆକ୍ରମଣର ଶିକାର ହୋଇଥିଲେ। ରିତୁ ଦେବୀ ନାମକ ଜଣେ ମହିଳା ପର୍ଯ୍ୟଟକ ଏଥିରେ ଆହତ ହୋଇଥିଲେ। ସେହିପରି ନରବଲରେ ମଧ୍ୟ ସବ୍ରିନା ନାମକ ଜଣେ ୧୯ ବର୍ଷୀୟ କଶ୍ମୀର ଯୁବତୀ ଗାଡ଼ିରେ ଯାଉଥିବା ବେଳେ ପଥର ଫିଙ୍ଗାଳିଙ୍କ ପଥର ମାଡ଼ରେ ଆହତ ହୋଇଥିଲେ।
ସୂଚନାଯୋଗ୍ୟ ଯେ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ସୟଦ ଅଲୀ ଗିଲାନୀ, ମୀରଓ୍ଵଜ୍‌ ଉମର ଫାରୁକ ଓ ୟାସିନ ମଲ୍ଲିକ ୩ ଦିନିଆ ବନ୍ଦ ଡାକରା ଦେଇଛନ୍ତି। ଏହି ସମୟରେ ସେମାନଙ୍କ ସମର୍ଥକ ପଥର ଫିଙ୍ଗଳିମାନେ ପୁଲିସ ଓ ସାଧାରଣ ଲୋକଙ୍କ ଗାଡ଼ି ଉପରକୁ ପଥର ଫିଙ୍ଗୁଛନ୍ତି।

ସମ୍ବନ୍ଧିତ ଖବର