ଆପଣ ବି ରହିପାରିବେ କେଦାରନାଥଠାରେ ମୋଦି ଧ୍ୟାନ କରିଥିବା ଗୁମ୍ଫାରେ !

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଉତ୍ତରାଖଣ୍ଡର କେଦାରନାଥଠାରେ ଥିବା ଏକ ଗୁମ୍ଫାରେ କରିଥିବା ଧ୍ୟାନ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା । ଏହି କ୍‌ୃତ୍ରିମ ଗୁମ୍ଫାରେ ମୋଦି ପ୍ରାୟ ୧୭ ଘଣ୍ଟା ଏକୁଟିଆ ରହି ଧ୍ୟାନ କରିଥିଲେ । ଏହି କାରଣରୁ ଏବେ ଏହି ଗୁମ୍ଫା ସାରା ଦେଶରେ ବୋଶ ଲୋକପ୍ରିୟ ହୋଇଯାଇଛି । ଲୋକମାନେ ଏହାକୁ ମୋଦି ଗୁମ୍ଫା ବୋଲି ନାମିତ କରିବା ସହ ଏଠାରେ କିପରି ରହି ହେବ ସେ ନେଇ ଅନୁସନ୍ଧାନ କରୁଛନ୍ତି ।

ତେବେ ଆଗକୁ ଲୋକଙ୍କର ଏହି ଅଭିଳାଷ ପୂରଣ ହେବାର ସମ୍ଭାବନା ରହିଛି । କାରଣ ଏହି ଗୁମ୍ଫାକୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ସରକାର ଯୋଜନା କରୁଛନ୍ତି । ଏହି ଗୁମ୍ଫା ଏବେ ଉତ୍ତରାଖଣ୍ଡ ପର୍ଯ୍ୟଟକ ବିକାଶ ନିଗମ ଅଧିନସ୍ଥ ଗଡ଼ଓ୍ଵାଲ ମଣ୍ଡଲ ନାମକ ସଂସ୍ଥା ଅଧିନରେ ରହିଛି । ଲୋକମାନେ ଇଣ୍ଟରନେଟ ମାଧ୍ୟମରେ ଆଗୁଆ ବୁକିଂ କରି ଏହି ଗୁମ୍ଫାରେ ରାତି କଟେଇ ପାରିବେ । ଏହି ଗୁମ୍ଫାରେ ଗୋଟିଏ ଖଟ ପଡିଥିବା ସହ ଗାଧୋଇବା ପାଇଁ ଗୋଟିଏ ବାଲଟି ଓ ମଗ୍‌ ରହିଛି ।

ସମ୍ବନ୍ଧିତ ଖବର