ନୂଆଦିଲ୍ଲୀ: ଦୀପାବଳି ପରେ ଚିନ୍ତା ବଢାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି । ସକାଳୁ ସକାଳୁ ଦେଶର ରାଜଧାନୀର ବିଭିନ୍ନ ସ୍ଥାନ ବିଷାକ୍ତ ବାୟୁରେ ଛାଇ ହୋଇ ରହିଛି । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମୁତାବକ ଶୁକ୍ରବାର ସକାଳେ ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୪୦୦ ନିକଟତର ହୋଇଛି । ଗୁରୁବାର ଦିପାବଳୀ ପାଳନ ପରେ ବିଭିନ୍ନ ସ୍ଥାନର ଏକ୍ୟୁଆଇ ଖରାପ ଶ୍ରେଣୀରୁ ଅତି ଖରାପ ଶ୍ରେଣୀକୁ ଯାଇଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କର ଚିନ୍ତା ବଢିଛି । ଦିଲ୍ଲୀରେ ୮ଟି ମନିଟରିଂ ଷ୍ଟେସନ୍‌ ତଥା ନିରୀକ୍ଷଣ କେନ୍ଦ୍ର ରେଡ୍‌ ଜୋନ୍‌ରେ ଅଛି ।

Advertisment

ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ଟ୍ରାଫିକ ପୁଲିସ ଗତ ଏକ ମାସ ମଧ୍ୟରେ ୪୭ କୋଟି ଟଙ୍କା ଜରିମାନା କରିଛି । ଟ୍ରାଫିକ ପୁଲିସ ଡ୍ରାଇଭରମାନଙ୍କ ଉପ‌ରେ ୪୭ ହଜାର ଚାଲାଣ କାଟିଛି । ବାୟୁର ମାନ ଯେପରି ଅଧିକ ନବିଗିଡେ ସେଥିପ୍ରତି ନଜର ରଖାଯାଇଛି । ଦୀପାବଳିରେ ବାଣ ଫୁଟାଇବା ମନା ଥିବା ବେଳେ ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଥିଲା । ନିୟମକୁ କଡ଼ାକଡ଼ି ପାଳନ ପାଇଁ  ବିଭିନ୍ନ ମହଲରେ ଦାବି ମଧ୍ୟ ହୋଇଛି ।