ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ଆର୍ନିଆ ଥାନା ଅଞ୍ଚଳରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ୩୪ ନମ୍ବର ଜାତୀୟ ରାଜପଥର ଘାଟଲ ଗ୍ରାମ ନିକଟରେ ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଦ୍ରୁତଗାମୀ କଣ୍ଟେନର ପଛରୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ ଶ୍ରଦ୍ଧାଳୁମାନେ ଏକ ଟ୍ରାକ୍ଟର ଯୋଗେ ଉତ୍ତରପ୍ରଦେଶର କାସଗଞ୍ଜରୁ ରାଜସ୍ଥାନର ଗୋଗାମଣିସ୍ଥିତ ଜହରବୀର ବାବାଙ୍କ ଦର୍ଶନ କରିବାକୁ ଯାଉଥିଲେ। ୩୪ ନମ୍ବର ଜାତୀୟ ରାଜପଥର ଘାଟଲ ଗ୍ରାମ ନିକଟରେ ଶ୍ରଦ୍ଧାଳୁମାନେ ଏକ ଭୟଙ୍କର ଦୁର୍ଘଟଣାର ସାମ୍ନା କରିଥିଲେ।ଦୁର୍ଘଟଣାରେ ଜୀବନ ହାରିଥିବା ଲୋକମାନେ ହେଲେ କାସଗଂଜ ଜିଲ୍ଲା ରଫତପୁର ଥାନା ଅଞ୍ଚଳର କାଳିଚରଣଙ୍କ ଝିଅଚାନ୍ଦନୀ (୧୨), ସୋରଣଲାଲଙ୍କ ପତ୍ନୀ ରାମବେତି (୬୨), ସୋରଣ ଥାନା ମିଲକାନିଆର ଏପୁ ବାବୁ, ମିଲକାନିଆ ନିବାସୀ ଧନୀରାମ, ମିଶ୍ରୀ, ଶିବାଂଶ (୬) ଅଛନ୍ତି।
ଦୁର୍ଘଟଣାରେ ଜୀବନ ହାରିଥିବା ଲୋକମାନେ ହେଲେ କାସଗଂଜ ଜିଲ୍ଲା ରଫତପୁର ଥାନା ଅଞ୍ଚଳର କାଳିଚରଣଙ୍କ ଝିଅଚାନ୍ଦନୀ (୧୨), ସୋରଣଲାଲଙ୍କ ପତ୍ନୀ ରାମବେତି (୬୨), ସୋରଣ ଥାନା ମିଲକାନିଆର ଏପୁ ବାବୁ, ମିଲକାନିଆ ନିବାସୀ ଧନୀରାମ, ମିଶ୍ରୀ, ଶିବାଂଶ (୬) ଅଛନ୍ତି।
ବୁଲନ୍ଦସହର ଏସଏସପି ଦିନେଶ କୁମାର ସିଂହ କହିଛନ୍ତି ଯେ ଜାତୀୟ ରାଜପଥ ୩୪ର ଘାଟଲ ଗ୍ରାମ ନିକଟରେ କାସଗଞ୍ଜରୁ ରାଜସ୍ଥାନର ଗୋଗାମେଡି ଯାଉଥିବା ଗୋଗାଜୀ ଭକ୍ତମାନଙ୍କ ଭର୍ତ୍ତି ଟ୍ରାକ୍ଟରକୁ ଏକ କଣ୍ଟେନର ଧକ୍କା ଦେଇଥିଲା, ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି।