ବ୍ରିଜରୁ ଖସିଲା ଟ୍ରାକ୍ଟର: ୩ ତୀର୍ଥଯାତ୍ରୀ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ସୋମବାର ରାତିରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ତୀର୍ଥ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲି ବ୍ରିଜ ଉପରୁ ତଳକୁ ଖସି ପଡ଼ିବାରୁ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସେଠାକାର ଅଧିକାରୀମାନଙ୍କଠାରୁ ସୂଚନା ମିଳିଛି ବୋଲି ଜାତୀୟ ଗଣ ମାଧ୍ୟମ ଏଏନଆଇ ଉଲ୍ଲେଖ କରିଛି। ଉକ୍ତ ଘଟଣାରେ ପ୍ରାୟ ୨୫ ଗୁରୁତର ହୋଇଥିବା ଜଣାପଡିଛି। ଭିନ୍ଦ ଜିଲ୍ଲାରୁ କେତେକ ତୀର୍ଥଯାତ୍ରୀଙ୍କୁ ନେଇ ଉକ୍ତ ଟ୍ରାକ୍ଟରଟି ବାହାରିଥିଲା।

ସେବଡା ଥାନା ସଙ୍କୁଆ ନିକଟ ସିନ୍ଧ ନଦୀ ପୋଲ ପାର ହେଉଥିବାବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ପୋଲ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ଏ ସଂକ୍ରାନ୍ତରେ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲା। ବୋଲି ଦାତିଆ ଜିଲ୍ଲା ଏସପି ଅମନ ସିଂ ରାଥୋଡ ପ୍ରକାଶ କରିଛନ୍ତି। ଘଟଣା ଜଣାପଡିବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତୁରନ୍ତ ଗୁରୁତରମାନଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ମୃତ ଓ ଗୁରୁତରଙ୍କ ଠିକଣା ଜଣାପଡିନାହିଁ।

ସମ୍ବନ୍ଧିତ ଖବର