ନୂଆଦିଲ୍ଲୀ : ରୁଷରୁ ତେଲ କିଣିବାକୁ ନେଇ ଏବଂ ଭାରତ ସହ ଥିବା ବାଣିଜ୍ୟିକ ନିଅଣ୍ଟକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଟାର୍ଗେଟ କରୁଛନ୍ତି ଓ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ବସାଇଛନ୍ତି। ପୁଣି ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ବାରମ୍ବାର ଭାରତ ବିରୋଧରେ ବୟାନ ଦେଉଛନ୍ତି । ଏଥିପାଇଁ ଭାରତ ଓ ଆମେରିକା ସଂପର୍କ ଖରାପ ହୋଇଛି । ଏସବୁ ମଧ୍ୟରେ ଏକ ଆଶାଜନକ କଥା କହିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ । ସେ କହିଛନ୍ତି ଯେ ଆସନ୍ତା ନଭେମ୍ବର ସୁଦ୍ଧା ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ ହୋଇପାରେ । 

Advertisment

 ଗ୍ଲୋବାଲ ଇନଭେଷ୍ଟର୍ସ କନଫରେନ୍ସ ଅବସରରେ ସେ କହିଛନ୍ତି ଯେ କେତେକ ଭୂରାଜନୈତିକ ଘଟଣା ବାଣିଜ୍ୟିକ କଥାବାର୍ତ୍ତାକୁ ପ୍ରଭାବିତ କରିଛି । କିନ୍ତୁ ଖୁବଶୀଘ୍ର ସ୍ଥିତି ସାମାନ୍ୟ ହେବ । 

ଗତକାଲି ଟ୍ରମ୍ପ ଲେଖିଥିଲେ ଯେ ଭାରତ ଆମେରିକା ସହ ବହୁତ ବ୍ୟବସାୟ କରୁଛି, କିନ୍ତୁ ଆମେରିକା ଭାରତ ସହ କମ ବ୍ୟବସାୟ କରୁଛି । ଅନ୍ୟପ୍ରକାରେ କହିଲେ ଭାରତ ଆମକୁ ଅଧିକ ବିକ୍ରି କରୁଛି, କିନ୍ତୁ ଆମଠାରୁ କମ କିଣୁଛି । ବିଗତ ଅନେକ ଦଶନ୍ଧି ଧରି ଏପରି ଚାଲିଥିଲା । ଭାରତ ଏତେ ଟାରିଫ ଲଗାଉଛି ଯେ ଆମ ସାମଗ୍ରୀ ଭାରତରେ ବିକ୍ରି କରିବା କଷ୍ଟକର ହୋଇପଡ଼ୁଛି । ଏହାଛଡ଼ା ଭାରତ ରୁଷରୁ ତେଲ ଓ ଅସ୍ତ୍ରଶସ୍ତ୍ର କିଣୁଛି, କିନ୍ତୁ ଆମେରିକାଠାରୁ ଏସବୁ ଅଧିକ କିଣୁନାହିଁ। ଏବେ ଭାରତ ଶୁଳକ କମ କରିବାକୁ ପ୍ରସ୍ତାବ ଦେଇଛି, କିନ୍ତୁ ଏହା ବିଳମ୍ବ ହୋଇଯାଇଛି । ସେମାନଙ୍କୁ ଏସବୁ ଆଗରୁ କରିବାର ଥିଲା ।