ଲଦାଖରୁ ‘ପିଏଲ୍‌ଏ’ ହଟିବାକୁ ନାରାଜ, କିନ୍ତୁ ଚୀନ୍‌ ରାଷ୍ଟ୍ରଦୂତ ଲେଖୁଛନ୍ତି ବାଣିଜ୍ୟ କଟକଣା ଅନ୍ୟାୟ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳରୁ ଚୀନ୍‌ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ ହଟିବାକୁ ମନା କରୁଥିବା ବେଳେ ଭାରତସ୍ଥିତ ଚୀନ୍ ରାଷ୍ଟ୍ରଦୂତ ସୁନ୍‌ ୱେଇଡୋଙ୍ଗ୍‌ ତାଙ୍କ ଦୂତାବାସ ତରଫରୁ ପ୍ରକାଶିତ ମାସିକ ପତ୍ରିକା ‘ଚାଇନା-ଇଣ୍ଡିଆ ରିଭ୍ୟୁ’ରେ ଲେଖିଛନ୍ତି, ଅର୍ଥନୀତି ସଂକ୍ରାନ୍ତ ଯେକୌଣସି ପ୍ରକାରର ପ୍ରତିକୂଳ ନିଷ୍ପତ୍ତି ଭାରତର ବି କ୍ଷତି କରିବ।

ପ୍ରକାଶିତ ଆଲେଖ୍ୟରେ ରାଷ୍ଟ୍ରଦୂତ ଲେଖିଛନ୍ତି, କେତେକ ଲୋକ ହୁରି ପକାଇଥିବା ଚୀନ୍-ଭାରତ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କରେ ତଥାକଥିତ ‘ଅସହଯୋଗ’ କଥାଟି ଭ୍ରାନ୍ତ ଭାବନା। ଭାରତର ବ୍ୟବସାୟ ଗୋଷ୍ଠୀ ଏବଂ ଲୋକେ ଚୀନ୍-ଭାରତ ଅର୍ଥନୈତିକ ଓ ବାଣିଜ୍ୟିକ ସହଯୋଗର ହିତାଧିକାରୀ ଅଟନ୍ତି। ଚୀନ୍‌ ବିରୋଧରେ କୌଣସି ଆତ୍ମ-ସୁରକ୍ଷା, ଅଣ-ତାରିଫ ବାଧକ ଏବଂ କଟକଣାଯୁକ୍ତ ପଦକ୍ଷେପ ସମସ୍ତଙ୍କ ପାଇଁ ଅନ୍ୟାୟ।

Sun Weidong; Image Courtesy of The Times of India

ଏଥିପାଇଁ ଆମେ ଉଚ୍ଚସ୍ତରୀୟ ଅର୍ଥନୈତିକ ଏବଂ ବାଣିଜ୍ୟ ‌ଆଲୋଚନା କୌଶଳ ଉପରେ ଧ୍ୟାନ ଦେବା ଉଚିତ। ଏଥିଲାଗି ଗତ ବର୍ଷ ଅକ୍ଟୋବର ମାସରେ ଚେନ୍ନାଇ ଠାରେ ଦ୍ବିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକରେ ଦୁଇ ଦେଶର ନେତା ସମ୍ମତ ହୋଇଥିଲେ। ରାଷ୍ଟ୍ରଦୂତ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଓ ଚୀନ୍‌ ପରସ୍ପରର ବିଶ୍ବାସଭାଜନ ହେବା ଉଚିତ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ନିମନ୍ତେ ଭାରତ ଓ ଚୀନ୍‌ ମଧ୍ୟରେ ବହୁବାର କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ହୋଇଥିଲେ ବି, ଫିଙ୍ଗର୍‌ ଫୋର୍‌ ଓ ଏଇଟ୍‌ ଅଞ୍ଚଳରୁ ପିପୁଲସ୍‌ ଲିବରେସନ୍ ଆର୍ମି ହଟିବାକୁ ରାଜି ହେଉନାହିଁ।

 

ସମ୍ବନ୍ଧିତ ଖବର