ନୂଆଦିଲ୍ଲୀ : ପାକିସ୍ତାନକୁ ପାନେ ଦେବା ପରେ ଏବେ ବାଂଲାଦେଶ ଉପରେ ନଜର ପକାଇଛି ଭାରତ । ପାକିସ୍ତାନ ସହ ଘନିଷ୍ଠତା ବଢାଇ ଭାରତ ବିରୋଧରେ ବିଷୋଦଗାର କରିଚାଲିଥିଲା ବାଂଲାଦେଶ ଶାସନକୁ କବଜା କରିଥିବା ୟୁନୁସ୍ ଗୋଷ୍ଠୀ । ଏପରିକି ଭାରତର ଚିକେନ ନେକକୁ କବଜା କରିବାକୁ ଓ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଅଲଗା କରିବାକୁ ଧମକ ଦେଉଥିଲା ବାଂଲାଦେଶ ।
ଏବେ ଭାରତ ସରକାର ବାଂଲାଦେଶର ଅର୍ଥନୀତି ଉପରେ ମାଡ଼ କରିଛନ୍ତି । ବାଂଲାଦେଶରୁ ରେଡିମେଡ୍ ପୋଷାକ, ପ୍ରକ୍ରିୟାକୃତ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ ଉପରେ ବନ୍ଦର କଟକଣା ଲାଗୁ କରିଛି ଭାରତ। ବାଣିଜ୍ୟ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଡିଜିଏଫଟି ହେଉଛି ଭାରତରେ ବୈଦେଶିକ ବାଣିଜ୍ୟ ନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା ପାଇଁ ଦାୟୀ ସରକାରୀ ସଂସ୍ଥା। ତେବେ ଏହି କଟକଣା ଭାରତ ଦେଇ ଭୁଟାନ ଓ ନେପାଳକୁ ଯାଉଥିବା ସାମଗ୍ରୀ ଉପରେ ଲାଗୁ ହେବ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/26/xGtM0tCmzbbpeaEmCK1V.jpg)