ନୂଆଦିଲ୍ଲୀ : ବିଭିନ୍ନ ଶ୍ରମିକ ସଂଗଠନ ଦ୍ୱାରା ଦିଲ୍ଲୀ ପାର୍ଲିଆମେଣ୍ଟ୍ ଷ୍ଟ୍ରିଟ୍ରେ ଗତ ତିନି ଦିନ ଧରି ଚାଲିଥିବା ଆନ୍ଦୋଳନ ଆଜି ଉଦ୍ଯାପିତ ହୋଇଯାଇଛି। ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ, ଇଣ୍ଡିଆନ ନ୍ୟାସନାଲ ଟ୍ରେଡ୍ ୟୁନିଅନ୍, ସିଟୁ, ଅଲ୍ ଓଡ଼ିଶା ଅଙ୍ଗନବାଡ଼ିକର୍ମୀ ସଂଘ, ଆଶାକର୍ମୀ ସଂଘ, ନିର୍ମାଣ ଶ୍ରମିକ, କେନ୍ଦୁପତ୍ର ଶ୍ରମିକ, ଷ୍ଟିଲ୍ ଆଣ୍ଡ୍ ମାଇନ୍ସ କର୍ମୀ ସଂଘର ହଜାର ହଜାର କର୍ମୀ ଏଥିରେ ସାମିଲ ହୋଇଥିଲେ। ଶ୍ରମିକମାନଙ୍କ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା କରିବା, ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା, ପ୍ରସ୍ତାବିତ ଶ୍ରମିକ ଆଇନ ସଂଶୋଧନ କରି ଶ୍ରମିକମାନଙ୍କ ହିତକୁ ଦୃଷ୍ଟିରେ ରଖିବା ଭଳି ବିଭିନ୍ନ ଦାବିକୁ ସରକାର ମାନି ନେବାପାଇଁ ଶ୍ରମିକ ନେତାମାନେ ଆହ୍ଵାନ ଦେଇଥିଲେ। ଏହାବାଦ୍ ବିଭିନ୍ନ ସାମଗ୍ରୀ ଗୁଡ଼ିକରେ ଅତ୍ୟଧିକ ଦରଦାମ୍କୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାପାଇଁ ସେମାନେ ଦାବି କରିଥିଲେ। ଆଗାମୀ ଦିନରେ ସରକାର ଯଦି ଶ୍ରମିକମାନଙ୍କ ଦାବି ନେି ସକରାତ୍ମକ ପଦକ୍ଷେପ ଗ୍ରହଣ ନ କରିବେ ତା’ହେଲେ ଶ୍ରମିକ ସଂଗଠନମାନଙ୍କ ଦ୍ୱାରା ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଓଡ଼ିଶାର ବିଭିନ୍ନ ଶ୍ରମିକ ସଂଗଠନରୁ ୫ ହଜାରରୁ ଊର୍ଦ୍ଧ୍ୱ ପ୍ରତିନିଧି ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏହି ଆନ୍ଦେଳନରେ ଯୋଗ ଦେଇଥିଲେ। ଶ୍ରମିକ ନେତା ଜୟନ୍ତ ଦାସ, ସୌରିବନ୍ଧୁ କର, ହରପ୍ରିୟା ସ୍ୱାଇଁ, ମାଚିନ୍ଦା କୁଡୁ, ପ୍ରତିଭା ପାଲ ସମାବେଶରେ ଉଦ୍ବୋଧନ ଦେଇଥିଲେ।
ଓଡ଼ିଶାରୁ ୫୦୦୦ ଶ୍ରମିକ ଯୋଗଦେଲେ
ଦିଲ୍ଲୀରେ ଶ୍ରମିକ ସଂଗଠନର ଆନ୍ଦୋଳନ
/sambad/media/post_attachments/wp-content/uploads/2017/11/STRIKE-875.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)