ନୂଆଦିଲ୍ଲୀ: ଚଣ୍ଡିଗଡ଼ରେ ଜଣେ ଟ୍ରାଫିକ୍ ପୁଲିସ ଡିୟୁଟି କରୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ ସେଠାରୁ ଉଦ୍ଧାର କରି ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କୈଦ ହେବା ପରେ ସାମ୍ନାକୁ ଆସିଛି।
ଏହି ସଡ଼କ ଦୁର୍ଘଟଣା ନଭେମ୍ବର ୨୩ରେ ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଟ୍ରାଫିକ୍ ପୁଲିସଙ୍କ ନାମ କୁଲଦୀପ ବୋଲି ଜଣାପଡ଼ଛି। ଟ୍ରାଫିକ୍ ଉଇଙ୍ଗରେ ନିୟୋଜିତ ଥିବା କୁଲଦୀପଙ୍କ ଡିୟୁଟି କାଲୀବାଡି ଲାଇଟ ପଏଣ୍ଟରେ ଟ୍ରାଫିକ୍ କଣ୍ଟ୍ରୋଲରେ ପଡ଼ିଥିଲା। ଡିୟୁଟି କରୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ବସ୍ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।
#InTheLineOfDuty@traffichd's brave Constable Kuldeep Singh has survived this horrific crash yesterday. We thank the Good Samaritans who came to his help. Legal action is being taken in the matter. We wish dear Kuldeep a speedy recovery 💐#DriveSafe#Chandigarh#WeCareForYoupic.twitter.com/tqIJlojLxx
— SSP/Traffic, Chandigarh (@ssptfcchd) November 24, 2019
ବସ୍ର ଶକ୍ତ ଧକ୍କାରେ କୁଲଦୀପ ରାସ୍ତାରେ ପଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ଆହତ କୁଲଦୀପଙ୍କୁ ସେକ୍ଟର ୩୨ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ସହିତ ପୁଲିସକୁ ଏହି ଘଟଣା ସମ୍ପର୍କରେ ଖବର ଦିଆଯାଇଥିଲା। ପୁଲିସ ଉକ୍ତ ବସ୍ ଚାଳକଙ୍କୁ ଗିରଫ କରିବା ସହିତ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ବସ୍ ଏକ କୋଚିଂ ସେଣ୍ଟରର ବୋଲି କୁହାଯାଉଛି।