ଆଧାର ନମ୍ବର ପ୍ରକାଶ କରି ଟ୍ରାଇ ମୁଖ୍ୟ ଅଡ଼ୁଆରେ

ନୂଆଦିଲ୍ଲୀ : ଆଧାରର ଗୋପନୀୟତା ସପକ୍ଷରେ ଯୁକ୍ତି ବାଢ଼ି ଆସୁଥିବା ଟ୍ରାଇ ମୁଖ୍ୟ ଆର. ଏସ. ଶର୍ମା ଅଡ଼ୁଆରେ ପଡ଼ିଯାଇଛନ୍ତି। ଶ୍ରୀ ଶର୍ମା ତାଙ୍କ ଆଧାର ନମ୍ବର ୭୬୨୧୭୭୬୮୨୭୪୦ ବୋଲି ଟ୍ଵିଟରରେ ଉଲ୍ଲେଖ କରିଥିଲେ। ଏହାର କିଛି ସମୟ ପରେ ନିଜକୁ ଫ୍ରାନ୍ସର ସିକ୍ୟୁରିଟି ବିଶେଷଜ୍ଞ ଭାବେ ପରିଚୟ ଦେଇ ଇଲିଅଟ୍‌ ଆଲଡରସନ୍‌ ନାମକ ଜଣେ ବ୍ୟକ୍ତି ଟ୍ଵିଟରରେ ଶ୍ରୀ ଶର୍ମାଙ୍କ ପାନ୍‌ ନମ୍ବର, ଇ-ମେଲ୍‌ ଠିକଣା, ଫୋନ୍‌ ନମ୍ବର ଆଦି ପ୍ରକାଶ କରିଛନ୍ତି। ତେଣୁ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସୁଧାରିବା ସହିତ ଆଧାର ନମ୍ବରକୁ ସାଧାରଣରେ ପ୍ରକାଶ କରିବା ଠିକ୍‌ ନୁହେଁ ବୋଲି ଆଲଡରସନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର