ନୂଆଦିଲ୍ଲୀ: ନିକଟରେ କେତେକ ଗଣମାଧ୍ୟମରେ ଯେ ଭବିଷ୍ୟତରେ ଦୁଇଟି ସିମ୍ କାର୍ଡ ବ୍ୟବହାର କରିବା ପାଇଁ ଟ୍ରାଇ ଶୁଳ୍କ ଆଦାୟ କରିପାରେ । ଟ୍ରାଇ ପ୍ରଥମେ ମୋବାଇଲ ଅପରେଟରଙ୍କ ଠାରୁ ଚାର୍ଜ ଆଦାୟ କରିବ, ପରେ ମୋବାଇଲ ବ୍ୟବହାରକାରୀଙ୍କଠାରୁ ଆଦାୟ କରାଯିବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମୋବାଇଲ ନମ୍ବରର ଦୁରୁପଯୋଗ ରୋକିବା ପାଇଁ ଟ୍ରାଇ ଏଭଳି ନିଷ୍ପତ୍ତି ନେବ ବୋଲି କୁହାଯାଉଛି। ତେବେ ଏହାକୁ ନେଇ ଟ୍ରାଇ (ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।
ଟ୍ରାଇ କହିଛି ଯେ ମୋବାଇଲ ଅପରେଟରମାନଙ୍କ ଠାରୁ ଚାର୍ଜ ଆଦାୟ କରିବାର କୌଣସି ଯୋଜନା ନାହିଁ ଏବଂ ମୋବାଇଲ ବ୍ୟବହାରକାରୀଙ୍କଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ।
ଦୁଇଟି ସିମ୍ କାର୍ଡ ଥିବା ଲୋକଙ୍କଠାରୁ ଫି' ଆଦାୟ କରାଯାଉଥିବା ଖବରକୁ ଟ୍ରାଇ ଖଣ୍ଡନ କରି କହିଛି ଯେ ଆମେ ଏଭଳି କୌଣସି ଯୋଜନା କରୁନାହୁଁ। ତେବେ ଟ୍ରାଇ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଟେଲିକମ୍ କ୍ଷେତ୍ର କ୍ରମାଗତ ଭାବେ ବଦଳୁଥିବାରୁ ନମ୍ବରିଂ ବ୍ୟବସ୍ଥାର ସମୀକ୍ଷା କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
ଟ୍ରାଇ କହିଛି ଯେ ମୋବାଇଲ ନମ୍ବର ଏକ ସୀମିତ ସଂଖ୍ୟା ଏବଂ ଏହା ଏକ ସୀମିତ ସରକାରୀ ସମ୍ପତ୍ତି। ଏହାକୁ କୌଣସି ପ୍ରକାରେ ଅପବ୍ୟବହାର କରାଯିବା ଉଚିତ ନୁହେଁ ଏବଂ ଏହାର ସଠିକ ବ୍ୟବହାର କରାଯିବା ଉଚିତ୍, ଏଥିପାଇଁ ସେଗୁଡ଼ିକ ଉପରେ ଦେୟ ଆଦାୟ କରାଯିବା ଉଚିତ୍ । ଟ୍ରାଇ କହିଛି ଯେ ଭାରତରେ ଟେଲିକମ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁ କାରଣରୁ ଟେଲିଫୋନ୍ ନମ୍ବରର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ଟ୍ରାଇ ଏକ ନୂଆ ନମ୍ବରିଂ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/WhatsApp-Image-2024-06-15-at-19.57.14-1.jpeg)