ଘଣ୍ଟାପ୍ରତି ୧୮୦ କିଲୋମିଟରରେ ଦୌଡିବ ଟ୍ରେନ, ସଫଳ ହେଲା ପରୀକ୍ଷା 

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ରେଳରେ ଏକ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ | କାରଣ ଏବେ ଏମିତି ଏକ ଇଂଜିନ ସାମିଲ ହେବାକୁ ଯାଉଛି ଯାହାକି ଆପଣଙ୍କୁ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଦେବ | ରେଳ ମନ୍ତ୍ରାଳୟ ପକ୍ଷରୁ ଏହାର ସଫଳ ପରୀକ୍ଷଣ କରାଯାଇଛି | ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏ ବାବଦରେ ସୂଚନା ଦେବା ସହ ଏହି ନୂଆ ଟ୍ରେନ ଇଂଜିନର ଭିଡିଓ ସେୟାର କରିଛନ୍ତି |


ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ଚିତ୍ତରଞ୍ଜନ ଲୋକୋମୋଟିଭ ୱାର୍କ୍ସ ଏଭଳି ଏକ ଇଂଜିନର ନିର୍ମାଣ କରିଛି ଯାହାକି ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଧାରଣାରେ ଯାଇପାରୁଛି | ରେଳମନ୍ତ୍ରୀ ପିୟୁଷ ଗୋୟଲ ଏହି ଇଂଜିନର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ ମେକ ଇନ ଇଣ୍ଡିଆ ପ୍ରକଳ୍ପ ଅଧୀନରେ ଏହି ଇଂଜିନର ନିର୍ମାଣ କରାଯାଇଛି |

ଘଣ୍ଟା ପ୍ରତି ସର୍ବାଧିକ ୧୮୦ କିଲୋମିଟର ବେଗରେ ଏହି ଟ୍ରେନ ଗତି କରିବାକୁ ସକ୍ଷମ ହୋଇଥିବାବେଳେ ଖୁବଶୀଘ୍ର ଏହାକୁ ଯାତ୍ରୀ ପରିବହନ କ୍ଷେତ୍ରରେ ସାମିଲ କରାଯିବ |

ସମ୍ବନ୍ଧିତ ଖବର