ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲା ସୁମାଓ୍ଵାଲି-ଗ୍ଵାଲିୟର ପାସେଞ୍ଜର୍‌

ନୂଆଦିଲ୍ଲୀ : ବେଳେ ବେଳେ ଟ୍ରେନ ଲାଇନ୍‌ରେ ଥିବା ଲେଭଲ୍‌ କ୍ରସିଂରେ ଟ୍ରେନ୍‌ ଆସୁଥିବା ସମୟରେ ରାସ୍ତା ପାରି ହେବା କିମ୍ବା ନିୟମ ନ ମାନି ରେଳ ଧାରଣା ଉପରକୁ ଚାଲିଯିବା ବା ଚେକ ଗେଟ୍‌ରେ ଥିବା କର୍ମୀମାନଙ୍କ ଅବହେଳାରୁ ଦୁର୍ଘଟଣା ଘଟିଥାଏ । ତେବେ ଆଜି ଏଭଳି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏକ ଟ୍ରେନ୍‌। ଖବର ଅନୁଯାୟୀ, ରାମ୍‌ଦାସ ଘାଟି ଦେଇ ଯାଇଥିବା ରେଳ ଟ୍ରାକ୍‌ ଉପରେ ଜଣେ ଚାଳକ ତାଙ୍କ ଏସ୍‌ୟୁଭି ଗାଡ଼ିକୁ ପାର୍କ କରି ଚାଲି ଯାଇଥିଲେ । ଠିକ୍‌ ସେହି ସମୟରେ ସୁମାଓ୍ଵାଲିରୁ ଗ୍ଵାଲିୟର ଯାଉଥିବା ଟ୍ରେନ ସେହି ଟ୍ରାକ୍‌ ଦେଇ ଆସିଥିଲା । ଲେଭଲ୍‌ କ୍ରସିଂରେ ଥିବା କର୍ମୀମାନେ ଗାଡ଼ି ପାର୍କ ହୋଇଛି ବୋଲି ଜାଣି ନ ଥିବାରୁ ଟ୍ରେନର ଚାଳକଙ୍କୁ ପୂର୍ବରୁ ସତର୍କ କରାଇ ପାରି ନ ଥିଲେ ।

କିନ୍ତୁ ଟ୍ରେନ୍‌ ଚାଳକ ଟ୍ରାକ୍‌ରେ ଗାଡ଼ି ପାର୍କ ହୋଇଥିବା ଦୂରରୁ ଦେଖିବା ପରେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନକୁ ଅଲଗା ଟ୍ରାକ୍‌ରେ ନେଇ ଯାଇଥିଲେ । ଯାହାଫଳରେ କି ଟ୍ରେନ୍‌ଟି ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ଏହି ଘଟଣାଟି ଜଣାପଡ଼ିବା ପରେ ପୁଲିସ ଗାଡ଼ିକୁ ସିଜ୍‌ କରିବା ସହ ଚାଳକକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର