ଟିଟିଇଙ୍କ ହାବୁଡ଼ରୁ ଖସି ଟ୍ରେନରୁ ଡେଇଁବା କାଳ ହେଲା, ରାଜଧାନୀ ଏକ୍ସପ୍ରେସରେ ପିଟିହୋଇ ପ୍ରାଣ ହରାଇଲେ ୪ ଯୁବକ

ଇଟାଓ୍ଵା: ଉତ୍ତର ପ୍ରଦେଶର ଇଟାଓ୍ଵା ଜିଲ୍ଲାରେ ଆଜି ଏକ ଭୟାନକ ରେଳ ଦୁର୍ଘଟଣା ଘଟିଛି। ଏଠାରେ ରାଜଧାନୀ ଏକ୍ସପ୍ରେସ ସହିତ ୪ ଜଣ ଧକ୍‌କା ଖାଇବା ଫଳରେ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକମାନେ ହେଲେ ଜିତୁ (୨୦), ଲାଲଚନ୍ଦ୍ର(୨୦),ସୁରେନ୍ଦ୍ର କୁମାର ଓ ପିଣ୍ଟୁ।

ଏହି ଦୁର୍ଘଟଣା ଘଟିବା ଫଳରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ସଂପର୍କରେ ସୂଚନା ପାଇବା ପରେ ରେଳ  ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଏହି ଦୁର୍ଘଟଣା ଉତ୍ତର ପ୍ରଦେଶର ବଲରଇ ଷ୍ଟେସନ୍‌ରେ ଘଟିଛି। କାନପୁରର ଗୁନୈଜା ନିବାସୀ ଯଶବନ୍ତ କହିଛନ୍ତି ମୃତ ୪ ଜଣ ଯାକ ତାଙ୍କର ସଂପର୍କୀୟ। ଚାରିଜଣଯାକ କାନପୁରରେ ଟ୍ରେନରେ ଚଢ଼ିଥିଲେ ଓ ସେମାନେ ସେଠାରୁ ସୁରଟ ଯାଉଥିଲେ।

photo-amarujala

ଯଶବନ୍ତଙ୍କ ସୂଚନା ଅନୁଯାୟୀ କାନପୁରରେ ସେମାନେ ଅବଧ ଏକ୍ସପ୍ରେସରେ ବସିଥିଲେ। ଯଶବନ୍ତ ଅଭିଯୋଗ କରିଛନ୍ତି ଯେ ଟିଟିଇ ସେମାନଙ୍କୁ ୫୦୦ ଟଙ୍କା ମାଗିଥିଲେ। ଟିଟିଇଙ୍କ  ଡରରେ ସେମାନେ ଟ୍ରେନରୁ ଡେଇଁ  ପଳାଇବାକୁ ଉଦ୍ୟମ କରିଥିଲେ ଓ ସେହି ସମୟରେ ଅପର ଦିଗରୁ ପାଖ  ଲାଇନରେ ରାଜଧାନୀ ଏକ୍ସପ୍ରେସ ଆସୁଥିଲା। ଫଳରେ ଟ୍ରେନ ସହ ସେମାନଙ୍କର ଧକ୍‌କା ହୋଇଥିଲା ଓ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର