ନ୍ୟୁ ଫରକ୍କାଏକ୍ସପ୍ରେସ୍‌ ଲାଇନଚ୍ୟୁତ, ୭ ମୃତ

ଲ‌େକ୍ଷ୍ନୗ: ଉତ୍ତରପ୍ରଦେଶର ରାଏବରେଲିରେ ଆଜି ନ୍ୟୁ ଫରକ୍କା ଏକ୍ସପ୍ରେସ୍‌ର ୬ଟି ବଗି ଲାଇନଚ୍ୟୁତ ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଳିଥିବା ବେଳେ ଏଟିଏସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ‌େରଲିର ହରଚାନ୍ଦପୁର ଷ୍ଟେସନ୍‌ ନିକଟରେ ଆଜି ସକାଳ ୬‌.୧୦ ମିନିଟ୍‌ ସମୟ‌େର ନ୍ୟୁ ଫାରୁକା ଏକ୍ସପ୍ରେସ୍‌ ର ଇଞ୍ଜିନ୍‌ ସମେତ ୯ଟି ବଗି ଲାଇନଚ୍ୟୁତ ‌େହାଇଯାଇଥିଲା। ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣଙ୍କ ହସ୍ପିଟାଲରେ ମତ୍ୟୁ ଘଟିଛି। ସୂଚନାନୁଯାୟୀ ଗତକାଲି ସକାଳେ ପଶ୍ଚିମବଙ୍ଗର ମାଲ୍‌ଦା ଟାଉନ୍‌ ‌େ‌‌ଷ୍ଟସନ୍‌ରୁ ନ୍ୟୁ ଫାରୁକା ଏକ୍ସପ୍ରେସ୍‌ ନୂ୍ଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଏହା ଆଜି ଅପରାହ୍ନ ୨.୩୫ ମିନିଟ୍ ସମୟରେ ନୂଆଦିଲ୍ଲୀ ପହଞ୍ଚିବାର ଥିଲା। କିନ୍ତୁ ସକାଳ ୬ ଟା ୧୦ ମିନିଟ୍‌ ସମୟରେ ଏହା ଦୁର୍ଘଟଣାଗସ୍ତ ହୋଇଥିଲା। କେଉଁ କାରଣ ପାଇଁ ଟ୍ରେନ୍‌ ଲାଇନଚ୍ୟୁତ ହେଲା ତାହା ଏଯାବତ୍‌ ଜଣାପଡ଼ି ନାହିଁ। ଦୁର୍ଘଟଣାପରେ ତୁରନ୍ତ ଲ‌େକ୍ଷ୍ନୗ ଏବଂ ବାରଣାସୀରୁ ଏନ୍‌ଡିଆରଏଫ୍‌ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନତା ଏବଂ ପୁଲିସ ପ୍ରଶାସନ ଏନ୍‌୍‌ଡିଆର୍‌ଏଫ୍‌ ଟିମ୍‌କୁ ସହାୟତା କରୁଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ସଂପର୍କୀୟଙ୍କ ପାଇଁ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଆହତମାନଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର