ନୂଆଦିଲ୍ଲୀ: ମେକ୍ସିକୋରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଦକ୍ଷିଣ ମେକ୍ସିକୋର ଓକ୍ସାକା  ରାଜ୍ୟରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି ।  ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା  ଆଶଙ୍କା କରାଯାଉଛି ।  'ଇଣ୍ଟରଓସେନିକ ଟ୍ରେନ୍'  ନିଜାଣ୍ଡା ସହର ଅତିକ୍ରମ କରୁଥିବା ବେଳେ ଲାଇନଚ୍ୟୁତ ହୋଇଥିଲା ।  ଟ୍ରେନରେ ୨୪୧ ଜଣ ଯାତ୍ରୀ ଓ ୯ ଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୨୫୦ ଜଣ ଥିଲେ ।

Advertisment

ଆହୁରି ପଢନ୍ତୁ- Strict Guidelines For Zero Night: ଜିରୋ ନାଇଟ୍ କଟକଣା, ମଧ୍ୟରାତ୍ରି ପରେ ନାଚଗୀତ ବନ୍ଦ

train
train Photograph: (sambad.in)

ଆହୁରି ପଢନ୍ତୁ- Literature: କବିତା: କେହି ନାଇଁ ସାକ୍ଷୀ, ପ୍ରସନ୍ନ କୁମାର ମହାନ୍ତିଙ୍କ କଲମରୁ...

ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ମେକ୍ସିକୋ ସାମରିକ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ମେକ୍ସିକୋ ରାଷ୍ଟ୍ରପତି କ୍ଲୌଡିଆ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ପ୍ରଭାବିତ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବୈଷୟିକ ତ୍ରୁଟି ନା ରେଳ ଧାରଣାରେ ସମସ୍ୟା ଯୋଗୁ ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ ଚାଲିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୯୩ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

train tragedy
train tragedy Photograph: (sambad.in)

ସେପଟେ ନ୍ୟୁ ଜର୍ସିର ହାମୋନଟନ୍ ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣା । ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସ୍ଥାନୀୟ ସମୟ ପୂର୍ବାହ୍ନ ପ୍ରାୟ ୧୧ଟା୨୫ ମିନିଟରେ ହାମୋନଟନ୍ ମ୍ୟୁନିସିପାଲ୍ ଏୟାରପୋର୍ଟ ନିକଟରେ ଘଟିଥିଲା । ଦୁଇଟି 'ଏନଷ୍ଟ୍ରମ୍'  ହେଲିକପ୍ଟର ମଧ୍ୟରେ ମଝି ଆକାଶରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ପରେ ଗୋଟିଏ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା ଏବଂ ତାହା ଜଳୁଥିବା ଅବସ୍ଥାରେ ତଳକୁ ଖସି ପଡ଼ିଥିଲା । ଅନ୍ୟ ହେଲିକପ୍ଟରଟି ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ ଦୁଇ ହେଲିକପ୍ଟରରେ କେବଳ ପାଇଲଟମାନେ ହିଁ ଥିଲେ ।  ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି ।