ନୂଆଦିଲ୍ଲୀ : ଏକ ବିରଳ ଘଟଣାକ୍ରମରେ ଆଜି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଥିବା ଏକ ପାସେଞ୍ଜର ଟ୍ରେନ୍ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ୍ରେ ପହଞ୍ଚିବା ଫଳରେ ସମସ୍ତ ଯାତ୍ରୀ ସ୍ତବ୍ଧ ହୋଇଯାଇଥିଲେ। ସୁଚନାନୁଯାୟୀ, ଲଗ୍ ଅପରେଟର ଦୁଇଟି ପାସେଞ୍ଜର ଟ୍ରେନ୍ ପାନିପଥ-ନୂଆଦିଲ୍ଲୀ ଏବଂ ସୋନିପତ-ଦିଲ୍ଲୀର ନମ୍ବରକୁ ନେଇ ଦ୍ୱନ୍ଦ୍ୱରେ ରହିବା ଫଳରେ ସେ ଭୁଲ୍ ରାସ୍ତାରେ ଟ୍ରେନ୍ଟିକୁ ପରିଚାଳନା କରିଥିଲେ। ଫଳରେ ଉଭୟ ପାସେଞ୍ଜର ଟ୍ରେନ୍ ଆଜି ସକାଳ ୭.୩୮ ସମୟରେ ଦିଲ୍ଲୀର ସଦର ବଜାର ରେଲେଓ୍ଵ ଷ୍ଟେସନ୍ରେ ପହଞ୍ଚିଥିଲା। ତେବେ ଏହି ଘଟଣାରେ ରେଳ ବିଭାଗ ଲଗ୍ ଅପରେଟରଙ୍କୁ ନିଲମ୍ବିତ କରିଥିବା ବେଳେ ମାମଲାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ଦିଲ୍ଲୀରେ ଭୁଲ୍ ଷ୍ଟେସନ୍ରେ ଟ୍ରେନ୍ ପହଞ୍ଚିଲା, ଯାତ୍ରୀ ସ୍ତବ୍ଧ
/sambad/media/post_attachments/wp-content/uploads/2018/03/railway-station.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)