ପୁରୀ-ତିରୁପତି ଏକ୍ସପ୍ରେସ୍‌ ସବୁଠାରୁ ଅପରିଷ୍କାର ଟ୍ରେନ୍‌ , ଜାଣନ୍ତୁ କେଉଁ ଟ୍ରେନ୍‌ ସବୁଠାରୁ ସ୍ୱଚ୍ଛ

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ମୋଟ୍‌ ୭୭ଟି ଟ୍ରେନ୍‌ ଭିତରୁ ତିନିଟି ଶତାବ୍ଦୀ ଏକ୍ସପ୍ରେସ୍‌ ସବୁଠାରୁ ସ୍ୱଚ୍ଛ ବୋଲି ଜଣାଯାଇଛି। ଏହି ଟ୍ରେନଗୁଡିକ ହେଲା ପୁଣେ-ସିକନ୍ଦରବାଦ୍‌,ହାଓ୍ଵଡା-ରାଞ୍ଚି ଓ ଚେନ୍ନାଇ ସେଣ୍ଟ୍ରାଲ୍‌ -ମୈସୁର। ଅପରପକ୍ଷରେ ସବୁଠାରୁ ଅପରିଷ୍କାର ଟ୍ରେନ୍‌ ମଧ୍ୟରେ ରହିଛି ମୁମ୍ବାଇ-ନାଗପୁର,ଆହ୍ଲାବାଦ୍‌-ନୂଆଦିଲ୍ଲୀ ଓ ସରାୟ ରୋହିଲୋ -ଜମ୍ମୁତବୀ। ଏକଥାର ଖୁଲାସା ହୋଇଛି ନିକଟରେ କରାଯାଇଥିବା ରେଳବାଇର ସର୍ଭେରୁ।


ଟ୍ରେନ୍‌ କ୍ଲିନ୍‌ନେସ୍‌ ସର୍ଭେ -୨୦୧୮ ଅନୁଯାୟୀ ୨୩ଟି ରାଜଧାନୀ ଟ୍ରେନ ଭିତରୁ ମୁମ୍ବାଇ- ନୂଆଦିଲ୍ଲୀ ରାଜଧାନୀ ସବୁଠାରୁ ସ୍ୱଚ୍ଛ ଟ୍ରେନ୍‌। ନନ୍‌-ପ୍ରିମିୟମ୍‌ ଟ୍ରେନ୍‌ମାନଙ୍କର ସ୍ୱଚ୍ଛତା ସହିତ ସଂଶ୍ଳିଷ୍ଟ ର‍୍ୟାଙ୍କିଙ୍ଗ୍‌ର ସର୍ଭେରେ ତିରୁପତି-ଜମ୍ମୁତବୀ,ବନ୍ଦ୍ରା ଜୟପୁର ଓ ଭୁବନେଶ୍ୱର କୃଷ୍ଣା ରାଜପୁରମ୍‌ ସବୁଠାରୁ ସ୍ୱଚ୍ଛ ଟ୍ରେନ୍‌ ବୋଲି ଦର୍ଶାଗଲା। ପୁରୀ- ତିରୁପତି (ମେଲ/ ଏକ୍ସପ୍ରେସ୍‌),ମୁମ୍ବାଇ ସିଏସସିଟି-ହାଓ୍ଵଡା (ମେଲ /ଏକ୍ସପ୍ରେସ୍‌) ଓ ଗୌହାଟି- ଜୋରହାଟ ଜନ ଶତାବ୍ଦୀ ଏକ୍ସପ୍ରେସ୍‌ ସବୁଠାରୁ ଅପରିଷ୍କାର ଟ୍ରେନ୍‌ ଭାବେ ବିବେଚିତ ହୋଇଛି।

ସମ୍ବନ୍ଧିତ ଖବର