ନୂଆଦିଲ୍ଲୀ: ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୨୫୭୮) ଚେନ୍ନାଇ ଡିଭିଜନର କବରାରାପେଟ୍ଟାଇଠାରେ ଲାଇନଚ୍ୟୁତ ହୋଇଛି। ଲାଇନଚ୍ୟୁତ ହେବା ପରେ ଟ୍ରେନଟି ଅଟକି ରହିଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା।  ଏଥିରେ କିଛି ଯାତ୍ରୀ ଆହତ ହୋଇଛନ୍ତି। ଏହି ଧକ୍କା ପରେ ୫ଟି ବଗି ଲାଇନଚ୍ୟୁତ ହେବା ସହ କେତେକ ବଗିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ତିରୁବଲ୍ଲୁର ଜିଲ୍ଲାର ତିରୁବଲ୍ଲୁରର କାଭାରାପେଟ୍ଟାଇଠାରେ ମହୀଶୂର-ଦରଭଙ୍ଗା ପାସେଞ୍ଜର ଟ୍ରେନ୍ ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା।  ଟ୍ରେନ୍ ଧକ୍କାରେ ୩ଟି ବଗିରେ ନିଆଁ ଲାଗିଯାଇଥିଲା। ସଂଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । 

ଦୁର୍ଘଟଣା ପରେ ଟ୍ରେନଟି ଲାଇନଚ୍ୟୁତ ହେବା ପରେ ଲୁପ୍/ଲାଇନ୍ ଭିତରକୁ ପଶି ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା। ଏହା ପରେ ୩ଟି ବଗିରେ ନିଆଁ ଲାଗିଯିବା ସହ ୫ରୁ ୬ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ଲାଇନରେ ଉପର/ତଳ ଯାତାୟତ ପ୍ରଭାବିତ ହୋଇଥିଲା। ରେଳବାଇର ସୂଚନା ଅନୁଯାୟୀ, ଟ୍ରେନ୍ ଇଞ୍ଜିନରେ ଲାଗିଥିବା ପାର୍ସଲ ଭ୍ୟାନରେ ନିଆଁ ଲାଗିଥିବା ସୂଚନା ମିଳିଛି। ରେଳ ଦୁର୍ଘଟଣାସ୍ଥଳକୁ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମଧ୍ୟ ପଠାଯାଇଛି । ଘଟଣାସ୍ଥଳରେ ଦକ୍ଷିଣ ରେଳବାଇ ଚେନ୍ନାଇର ଡିଆରଏମ୍ ପହଞ୍ଚିଛନ୍ତି।