ଟ୍ରେନ୍‌ ଦୁର୍ଘଟଣା: ୨୭୦ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ନୂଆଦିଲ୍ଲୀ: ବ‌ାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଉପରେ ଚିନ୍ତା ପ୍ରକଟ କରି ଦେଶର ୨୭୦ ଜଣ ଅବସରପ୍ରାପ୍ତ ବିଚାରପତି, ଆଇଏଏସ୍, ଆଇପିଏସ୍‌ ଓ ସେନା ଅଧିକାରୀମାନଙ୍କ ଦସ୍ତଖତ ସମ୍ବଳିତ ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଠାଯାଇଛି।‌

ଭ‌ାରତୀୟ ରେଲୱେ ବିକଶିତ ଓ ଆଧୁନିକୀକରଣ ଦିଗରେ ଅଗ୍ରସର ହେଉଥିବାବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କୁ ବିଚଳିତ କରିଛି ବୋଲି ପତ୍ରରେ କୁହାଯାଇଛି। ଭାରତୀୟ ରେଳ ହେଉଛି ମନୁଷ୍ୟ ଓ ମାଲ ପରିବହନର ଜୀବନରେଖା। ଏହାର ସୁରକ୍ଷାର ଆବଶ୍ୟକତା ରହିଛି। ବେଆଇନ ଅତିକ୍ରମଣକାରୀ, ବେଆଇନ ଅପ୍ରବାସୀଙ୍କୁ ରେଲୱେ ଟ୍ରାକ ନିକଟରୁ ତୁରନ୍ତ ହଟାଇବାର ଆବଶ୍ୟକତା ରହିଛି। ଏଥି ସହିତ ରେଳ ଟ୍ରାକଗୁଡ଼ିକର ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ମଧ୍ୟ ଅନୁରୋଧ କରାଯାଇଛି। ଟ୍ରେନ ଦୁର୍ଘଟଣା ପାଇଁ ସିବିଆଇ ତଦନ୍ତ ଏଭଳି ଭୟାବହ ଘଟଣାର ‌ଦୋଷୀକୁ ଠାବ କରିବ ବୋଲି ଏହି ବିଶିଷ୍ଟ ବ୍ୟକ୍ତିଗଣ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦେଶର କ୍ଷେତ୍ରୀୟ ଅଖଣ୍ଡତା ତଥା ଜାତୀୟ ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବାର ପ୍ରୟାସକୁ ସେମାନେ ପୂର୍ଣ୍ଣ ସମର୍ଥନ କରୁଥିବା ପତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର