ଢାକା: ଭାରତର ଟ୍ରେନରେ ଛୁଟି ଓ ଉତ୍ସବ ସମୟରେ ଆପଣ ଯାତ୍ରୀଙ୍କ ଭିଡ଼ ଦେଖିଥିବେ | ଲୋକେ ବିପଦକୁ ଖାତିର ନ କରି ମଧ୍ୟ ଟ୍ରେନରେ ଯାତ୍ରା କରିଥାନ୍ତି | କିନ୍ତୁ ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଟ୍ରେନ ଯାତ୍ରା କାଳରେ ଲୋକ ପରସ୍ପର ଉପରେ ଚଢିଥିବାର ଦେଖିବାକୁ ମିଳିଥାଏ | ଏମିତି ଲାଗିଥାଏ, ଯେମିତି ଯାତ୍ରୀ ପରସ୍ପର ଉପରେ ଚଢି ରେଳ ଧାରଣା ଉପରେ ଦୌଡୁଥାନ୍ତି | ଜାଣନ୍ତୁ ଏଭଳି ଭିଡ଼ କେଉଁଠି ଦେଖିବାକୁ ମିଳିଥାଏ |
Photo-APଏହି ଦେଶର ନାମ ହେଉଛି ବାଂଲାଦେଶ | ହଜ ପରେ ଏଠାରେ ଅନୁଷ୍ଠିତ ହେଉଥିବା ଇଜାତ୍ମା କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ମୁସଲମାନ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ | ବାଂଲାଦେଶର ରାଜଧାନୀ ଢାକା ନିକଟରେ ଥିବା ଟୋଙ୍ଗି ଅଂଚଳର ତୁରଙ୍ଗ ନଦୀ ନିକଟରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ | ଏହି ଦୁଇଦିନିଆ ଧାର୍ମିକ ସମ୍ମିଳନୀ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି | ଏଠାକୁ ଆସୁଥିବା ଟ୍ରେନ ଭିତରେ ଯାତ୍ରୀ ଭର୍ତ୍ତି ହେବା ପରେ ବହୁ ସଂଖ୍ୟାରେ ଲୋକେ ବାହାରେ ଝୁଲି ଏବଂ ଟ୍ରେନର ଛାତ ଉପରେ ବସି ଆସିଥାଆନ୍ତି।
ଅତି ବିପଦସଂକୁଳ ଅବସ୍ଥାରେ ଯାତ୍ରା କରୁଥିଲେ ବି କେହି ନିଜ ଜୀବନ ପ୍ରତି ଭୃକ୍ଷେପ କରିନଥାନ୍ତି | ଏହି କାର୍ଯ୍ୟକ୍ରମରେ ହଜରୁ ଫେରିଥିବା ମୁସଲମାନ ଧର୍ମାବଲମ୍ବୀମାନେ ଯୋଗ ଦେଇଥାନ୍ତି | ଏହି ଧାର୍ମିକ ସମ୍ମିଳନୀ ପାଇଁ ୧୯୬୭ ମସିହାରେ ଢାକା ନିକଟରେ ୧୬୦ ଏକର ଜମି ଆବଣ୍ଟିତ କରାଯାଇଥିଲା| ଆସନ୍ତା ଜାନୁୟାରୀ ୧୭ରୁ ୧୯ ତାରିଖ ଯାଏଁ ଏହି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବହୁ ସଂଖ୍ୟାରେ ଲୋକ ଆସିବେ ବୋଲି ଅନୁମାନ କରାଯାଉଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/images-12.jpg)