ଏମିତିକା ଚୋରଙ୍କୁ ଜାଣିଛନ୍ତି କି? ସୁଡ଼ଙ୍ଗ ଖୋଳି ଚୋରି କଲେ ଟ୍ରେନ ଇଞ୍ଜିନ

ପାଟନା: ଆପଣ ଅନେକ ଢଙ୍ଗରେ ଚୋରି ଘଟଣା ବାବଦରେ ଶୁଣିଥିବେ | ଚୋରମାନେ କିଭଳି ଘରେ ପଶି ସୁନା, ଟଙ୍କା ବା ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିବା ବାବଦରେ ଜାଣିଥିବେ | କିନ୍ତୁ ଆଜି ବିହାର ପୁଲିସ ଏମିତି ଏକ ଗ୍ୟାଙ୍ଗର ଖୁଲାସା କରିଛି ଯାହା ଟ୍ରେନର ଇଞ୍ଜିନ ଚୋରି କରୁଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥିପାଇଁ ଚୋରମାନେ ଏକ ଟନେଲ ଖୋଳିଥିଲେ। ପୁଲିସ କହିଛି ଯେ ଚୋରମାନେ ଇଞ୍ଜିନ ଚୋରି କରିବା ପାଇଁ ବାରୁନିରୁ ମୁଜାଫରପୁର ପର୍ଯ୍ୟନ୍ତ ଏକ ଟନେଲ ଖୋଳିଛନ୍ତି।

ଏହା ପରେ ଚୋରମାନେ ଟ୍ରେନର ଏକ ସମ୍ପୂର୍ଣ୍ଣ ଇଞ୍ଜିନ୍ ବାରୁଣୀର ଗାରହରା ୟାର୍ଡ଼ରୁ ଏକ ଇଞ୍ଜିନକୁ ଗାୟବ କରିଦେଇଥିଲେ | ଏହି ଘଟଣା ବାବଦରେ ଜଣାପଡିବା ପରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା | ସେମାନଙ୍କୁ ପଚରାଉଚରା ସମୟରେ ସେମାନଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ପୁଲିସ ମୁଜାଫରପୁରର ପ୍ରଭାତ କଲୋନୀରେ ଥିବା ଏକ ସ୍କ୍ରାପ ଗୋଦାମରୁ ୧୩ ଅଖା ଇଞ୍ଜିନର ଅଂଶ ଜବତ କରିଛି।

ପୁଲିସ କହିଛି ଯେ ଗାରହରା ୟାର୍ଡ଼ ନିକଟରେ ଏକ ଟନେଲ ବାବଦରେ ସୂଚନା ପାଇଥିଲେ, ଯାହା ମାଧ୍ୟମରେ ଚୋରମାନେ ଇଞ୍ଜିନର ଅଂଶ ଚୋରି କରି ଅଖା ଭିତରେ ନେଇ ଆସୁଥିଲେ। ଏସବୁ ସତ୍ତ୍ୱେ ରେଳ ଅଧିକାରୀମାନଙ୍କ ପାଖରେ ଏ ବିଷୟରେ ସୂଚନା ନଥିଲା। ଚୋରମାନେ ଡିଜେଲ ଏବଂ ପୁରୁଣା ଟ୍ରେନର ଇଞ୍ଜିନ ଚୋରି କରୁଥିବା ଖବର ଆସିଥିଲା। ଏହାପରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର