ଫିରୋଜପୁର: ସାଧାରଣତଃ ଟ୍ରକ ଉପରକୁ ଟ୍ରେନ ଚଢ଼ିଲେ ଟ୍ରକ୍ର ଚାଳକଙ୍କ ମୃତ୍ୟୁ ହେବା ଘଟଣା ଆମେ ଅନେକ ଥର ଶୁଣିଛେ, ମାତ୍ର ପଞ୍ଜାବର ଫିରୋଜପୁର ଅଞ୍ଚଳରେ ରବିବାର ଓଲଟା ଘଟଣା ଦେଖାଯାଇଛି। ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଜଗୁଆଳି ବିହୀନ ଏକ ଲେଭେଲ କ୍ରସିଂରେ ଡେମୁ ଟ୍ରେନ୍କୁ ଧକ୍କା ଦେବାରୁ, ଟ୍ରେନ୍ ଚାଳକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।
ଉତ୍ତର ରେଳବାଇର ମୁଖପାତ୍ର ନୀରଜ ଶର୍ମା କହିଛନ୍ତି, ଏହି ଦୁର୍ଘଟଣା ଜଲାଲାବାଦ ଓ ଲାଧୁକା ମଣ୍ଡି ଷ୍ଟେସନ ମଧ୍ୟରେ ଜଗୁଆଳି ବିହୀନ ଲେଭେଲ କ୍ରସିଂରେ ଘଟିଛି। ସେ କହିଛନ୍ତି, ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇ ନାହିଁ। ଫିରୋଜପୁରରୁ ଫାଜିଲକା ଯାଉଥିବା ଡେମୁ ଟ୍ରେନ୍ ସକାଳ ୧୦ଟା ୧୫ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
ଫିରୋଜପୁର ମୁଖ୍ୟ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ରେଳ ଡ୍ରାଇଭର ବିକାଶ କୁମାରଙ୍କ ମୃତ୍ୟୁ ହୋଇଛି। ନୀରଜ କହିଛନ୍ତି, ବିକାଶ କୁମାର ନିଜକୁ ବଳବାନ ଦେଖାଇ ଦୁର୍ଘଟଣାକୁ ଏଡାଇବା ପାଇଁ ଉଦ୍ୟମ କରିଥିଲେ। ବିକାଶ ଟ୍ରେନକୁ ଅଟକାଇବା ପାଇଁ ଜରୁରୀକାଳୀନ ବ୍ରେକ୍ ଦେଇଥିଲେ। ଟ୍ରେନ ଡାଇଭର ଯେତେବେଳେ ସଙ୍କଟରେ ଥିଲେ ତଳକୁ ଡେଇଁ ଜୀବନ ବଞ୍ଚାଇ ପାରିଥାନ୍ତେ କିନ୍ତୁ ସେ ଏହା କରି ନଥିଲେ। ଶର୍ମା କହିଛନ୍ତି, ଘଟଣାର ତଦନ୍ତ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/train.jpeg)