ଷ୍ଟେସନ୍‌ ନିକଟରେ ପୃଥକ୍‌ ହୋଇଗଲା ଟ୍ରେନ୍‌ ବଗି; ଗତି ହ୍ରାସ କରି ଟ୍ରେନ୍‌ ଅଟକାଇ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷାକଲେ ଚାଳକ

ତିରୁବଲ୍ଲୁର: ଚେନ୍ନାଇ ଓ କୋଇମ୍ବାଟୁର୍‌ ମଧ୍ୟରେ ଚଳାଚଳ କରୁଥିବା ଗୋଟାଏ ଏକ୍ସ୍‌ପ୍ରେସ୍‌ ଟ୍ରେନ୍‌ର ବଗି ଶନିବାର ରାତିରେ ପୃଥକ୍‌ ‌ହୋଇଯିବା ପରେ ଚାଳକ ଟ୍ରେନ୍‌ର ବଗେ ମନ୍ଥର କରି ଅଟକାଇବାରୁ ନିଶ୍ଚିତ ଦୁର୍ଘଟଣାରୁ ଆଶ୍ବସ୍ତି ମିଳିଛି।

ସଂଗୃହୀତ ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ବେଳେ ଉକ୍ତ ଟ୍ରେନ୍‌ ତିରୁବଲ୍ଲୁର ଷ୍ଟେସନ୍‌ ଅତିକ୍ରମ କରୁଥିବା ବେଳେ ଯାତ୍ରୀମାନେ ‘ଏସ୍‌୭’ ଓ ‘ଏସ୍‌୮’ ବଗି ନିକଟରେ ପ୍ରଚଣ୍ଡ ଶବ୍ଦ ଶୁଣିଥିଲେ। ଦୁଇଟିଯାକ ବଗି ଟ୍ରେନ୍‌ରୁ ପୃଥକ୍‌ ହୋଇଯିବା ଫଳରେ ଏମିତି ପ୍ରଚଣ୍ଡ ଶବ୍ଦ ଶୁଭିଥିଲା।

Image Grabbed from Video

କିନ୍ତୁ, ଡ୍ରାଇଭର୍‌ ଧୀରେ ଧୀରେ ତିରୁବଲ୍ଲୁର ଷ୍ଟେସନ୍‌ ନିକଟରେ ଟ୍ରେନ୍‌କୁ ଅଟକାଇ ଦେବାରୁ ସୁନିଶ୍ଚିତ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରିଛି।

ଯାଞ୍ଚ ଓ ତଦନ୍ତରୁ ଜଣାପଡ଼ିଲା ଯେ, ‘କପ୍‌ଲର୍‌’ ଛିଡ଼ି ଯାଇଥିବାରୁ ବଗି ଦୁଇଟି ଟ୍ରେନ୍‌ରୁ ବିଚ୍ଛିନ୍ନ ‌ହୋଇଯାଇଥିଲେ।

ତୁରନ୍ତ ରେଳବାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ‌ପେରାମ୍ବୁରମ୍‌ ଗ୍ୟାରେଜ୍‌ରୁ ନୂଆ ପାର୍ଟସ୍‌ ଆଣାଗଲା ଏବଂ ‘କନେକ୍ଟିଙ୍ଗ୍‌ ହୁକ୍‌’ ବଦଳାଗଲା। ଏସବୁ କାମ ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା।

‘କପ୍‌ଲର୍‌ ହୁକ୍‌’ କିଭଳି ଭାଙ୍ଗିଲା ତାହା ଜାଣିବା ପାଇଁ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର