ଆସାମ: ଟ୍ରେନ୍‌ ଧକ୍କାରେ ପାଞ୍ଚ ବଣୁଆ ହାତୀ ମୃତ

ଗୌହାଟି: ରବିବାର ପ୍ରତ୍ୟୁଷରେ କେନ୍ଦ୍ରୀୟ ଆସାମର ବାଲିପଡ଼ା ନିକଟରେ ଗୋଟିଏ ଦ୍ରୁତଗାମୀ ଟ୍ରେନ୍‌ ଧକ୍କା ଦେବାରୁ ଏକ ଗର୍ଭଣୀ ହାତୀ ସମେତ ପାଞ୍ଚୋଟି ବଣୁଆ ହାତୀଙ୍କର ମୃତ୍ୟୁ ହୋଇ ଯାଇଛି।

ଗୌହାଟି ଠାରୁ ୨୧୦ କିଲୋମିଟର ଦୂର ବାମଗାଁ ଚା ଇଷ୍ଟେଟ୍‌ ନିକଟରେ ରାତି ପ୍ରାୟ ୧ଟା ୧୫ ମିନିଟ ସମୟରେ ଦୁର୍ଘଟଣା ଘଟିଥିଲା। ଖାଦ୍ୟାନେ୍ଵଷଣରେ ଯାଉଥିବା ପଲେ ହାତୀ ରେଳ ଧାରଣା ପାରି ହେଉଥିବାବେଳେ ୧୫୬୧୭ ଗୌହାଟି-ନହରଲାଗୁନ ଡୋନାଇ ପୋଲୋ ଏକ୍ସ୍‍ପ୍ରେସ୍‌ ସେମାନଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ହିଁ ୫ଟିଯାକ ହାତୀ ମରି ଯାଇଥିଲେ। ପରେ ଗର୍ଭଣୀ ହାତୀର ପେଟରୁ ଛୁଆଟିକୁ କଢ଼ା ଯାଇଥିଲା।

ସମ୍ବନ୍ଧିତ ଖବର