ପଶ୍ଚିମବଙ୍ଗରେ ଟ୍ରେନ୍‌ ଧକ୍କାରେ ହାତୀ ଆହତ; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜବଲପୁର ଜିଲ୍ଲା ଅନ୍ତର୍ଗତ ବନରହାଟ ଏବଂ ନଗ୍ରକଟା ରାସ୍ତାର ଦୂଆର୍ସ ଠାରେ ସିଲିଗୁଡ଼ି-ଧୁବ୍ରି ଇଣ୍ଟର୍‌ସିଟି ଏକ୍‌ସ୍ପ୍ରେସ୍‌ (୭୫୭୪୧ ଏସ୍‌ଜିୟୁଜେ-ଡିବିବି) ଧକ୍କାରେ ଗୋଟାଏ ହାତୀ ସାଙ୍ଘାତିକ ହୋଇଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଘଟଣାଟି ସେପ୍ଟେମ୍ବର ୨୭ ତାରିଖ ସକାଳ ୮: ୩୦ରେ ଘଟିଛି। ହାତୀଟି ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ରେଳଧାରଣା ପାରି ହୋଇ ଆରପଟ ଜଙ୍ଗଲକୁ ଯାଉଥିବା ବେଳେ ଟ୍ରେନ୍‌ ଆସି ଧକ୍କା ଦେଇଥିଲା। ସାଙ୍ଘାତିକ ଆହତ ହୋଇଥିବା ହାତୀଟି ଘୁଷୁରି ଘୁଷୁରି ଟ୍ରେନ୍‌ ଧାରଣାରୁ ଦୂରକୁ ଯାଉଥିବା ଏବଂ ଲୋକେ ଅସହାୟ ହୋଇ ଚାହିଁଥିବାର ଦୃଶ୍ୟ ଭିଡିଓରେ ଦେଖାଯାଉଛି। ଧକ୍କା ଯୋଗୁଁ ଟ୍ରେନ୍‌ ଇଞ୍ଜିଟି ଭାଙ୍ଗିରୁଜି ଯାଇଥିବାର ଦୃଶ୍ୟ ମଧ୍ୟ ଏଥିରେ ଦେଖାଯାଉଛି।

ରେଳପଥ ବ୍ରଡ୍‌ଗେଜ୍‌କୁ ପରିବର୍ତ୍ତୀତ ହେବା ପରଠାରୁ ବନରହାଟ-ନଗ୍ରକଟା ରାସ୍ତାରେ ହାତୀ ମୃତ୍ୟୁସଂଖ୍ୟ ବଢ଼ି ଚାଲିଛି। କେବଳ ହାତୀ ନୁହେଁ ଅନ୍ୟାନ୍ୟ ବହୁ ବଣୁଆ ଜନ୍ତୁ ମଧ୍ୟ ଟ୍ରେନ୍‌ ଧକ୍କାରେ ମୃତାହତ ହେଉଛନ୍ତି।

ସମ୍ବନ୍ଧିତ ଖବର