ଚଳନ୍ତା ଟ୍ରେନ୍‌ ଧକ୍କାରେ ହାତୀ ଆହତ; ଆହତ ହାତୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

କୋଲକାତା/ ନୂଆଦିଲ୍ଲୀ: ଉତ୍ତର ପଶ୍ଚିମବଙ୍ଗ ଜଲପାଇଗୁରି ଜିଲ୍ଲାରେ ଆଜି ସକାଳେ ଏକ ଚଳନ୍ତା ଟ୍ରେନ୍‌ ଧକ୍କାରେ ଗୋଟିଏ ହାତୀ ଗୁରୁତର ଭାବେ ଆହତ ହୋଇଛି। ଅନ୍ୟପକ୍ଷରେ ଟ୍ରେନ୍‌ ଧକ୍କାରେ ଗୁରୁତର ଆହତ ଅବସ୍ଥାରେ ହାତୀଟି ଛଟପଟ ହୋଇ ଜୀବନ ମୁତ୍ୟୁ ସହ ସଂଗ୍ରାମ ଚଳାଇଥିବା ଅବସ୍ଥାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ପଡ଼ିଛି।

ହସ୍ତଗତ ରିପୋର୍ଟରୁ ପ୍ରକାଶ, ସବୁଦିନ ଭଳି ଆଜି ମଧ୍ୟ ସିଲଗୁରି- ଧୁବ୍ରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ ତା’ର ନିର୍ଦ୍ଧାରିତ ଗନ୍ତବ୍ୟ ପଥରେ ଯାତ୍ରାରମ୍ଭ କରିଥିଲା। ତେବେ, ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଟ୍ରେନ୍‌ଟି ଜଲପାଇଗୁରିର ବର୍ଣ୍ଣାହାଟ ଏବଂ ନଗରକତା ଜଙ୍ଗଲ ମଧ୍ୟ ଦେଇ ଯାଉଥିବା ବେଳେ ଚଳନ୍ତା ଟ୍ରେନ୍‌ର ଇଞ୍ଜିନ୍‌ଟି ରେଳ ଧାରଣା ଅତିକ୍ରମ କରୁଥିବା ଏକ ହାତୀକୁ ଜୋରରେ ଧକ୍କା ଦେଇଥିଲା। ଟ୍ରେନ୍‌ ଧକ୍କାରେ ଗୁରୁତର ଆହତ ଅବସ୍ଥାରେ ହାତୀଟି ଛଟପଟ ହୋଇ ଜୀବନ ମୁତ୍ୟୁ ସହ ସଂଗ୍ରାମ ଚଳାଇଥିବା ଅବସ୍ଥାର ଭିଡିଓ କେହି ମୋବାଇଲ ଫୋନ୍‌ରେ ନେଇ ସୋସିଆଲ ମିଡିଆରେ ଛାଡ଼ିଦେବା ପରେ ଏହା ଏବେ ଭାଇରାଲ ହୋଇ ପଡ଼ିଛି।

Representational Photo India Today

ଉଲ୍ଲେଖଯୋଗ୍ୟ, ବର୍ଣ୍ଣାହାଟ ଏବଂ ନଗରକତା ମଧ୍ୟରେ ଯାଇଥିବା ଟ୍ରେନ୍‌ ଲାଇନ୍‌ଟି ହାତୀମାନଙ୍କର ଏକ ପ୍ରମୁଖ କରିଡର ମଧ୍ୟ ଦେଇ ଯାଇଥିବାରୁ ବହୁ ସମୟରେ ଚଳନ୍ତା ଟ୍ରେନ୍‌ ଧକ୍କାରେ ହାତୀମାନେ ଆହତ ହେଉ ଥିବାରୁ ପଶୁପ୍ରେମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର