ଅନୁଗୁଳ: ଇଞ୍ଜିନରେ ତ୍ରୁଟି ଯୋଗୁଁ ତପସ୍ବିନୀ ଏକ୍ସପ୍ରେସ୍ ଏବେ ପାଖାପାଖି ୬ ଘଣ୍ଟା ୪୭ ମିନିଟ ବିଳମ୍ବରେ ଚାଲୁଥିବାର ଖବର ମିଳିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଟୁଇଟ ଜରିଆରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଥିବା ଜଣାଇଛନ୍ତି।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ଼ର ଲୋକସଭା ସାଂସଦ ଜୁଏଲ ଓରାମ ୧୮୪୫୨ ନଂ ତପସ୍ବିନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣାଯାଇଛି। ସେ ତପସ୍ବିନୀ ଏକ୍ସପ୍ରେସରେ ଭୁବନେଶ୍ବରରୁ ରାଉରକେଲା ଯାଉଛନ୍ତି। ଜୁଏଲଙ୍କ ସହ ଆରଏସଏସର କ୍ଷେତ୍ରପାଳ ସଂପର୍କ ପ୍ରମୁଖ ପ୍ରସନ୍ନ କୁମାର ମିଶ୍ର ମଧ୍ୟ ସେହି ଟ୍ରେନ୍ରେ ଯାତ୍ରା କରୁଛନ୍ତି ।
I am slog with Shri P K Mishra Khetarpal Sampark Pramukh of RSS held up at Bamur Station for more than 3 hours due to Engine failure of 18452-Tapswani Express.Very sad.@PiyushGoyalOffc
— Jual Oram (@jualoram) January 4, 2020
ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଷ୍ଟେସନରେ ତପସ୍ବିନୀ ଏକ୍ସପ୍ରେସର ଇଞ୍ଜିନ ଫେଲ୍ ହେବା ଫଳରେ ସେଠାରେ ଏହାକୁ ସଜଡ଼ା ଯାଇଥିଲା। ପୁଣି ବାମୁର ଷ୍ଟେସନଠାରେ ଇଞ୍ଜିନରେ ତ୍ରୁଟି ଯୋଗୁଁ ତିନି ଘଣ୍ଟାରୁ ଅଧିକ ସମୟ ଧରି ଅଟକିଥିଲା। ଏହି କାରଣରୁ ତପସ୍ବିନୀ ଏକ୍ସପ୍ରେସ୍ ପାଖାପାଖି ୬ ଘଣ୍ଟା ୪୭ ମିନିଟ ବିଳମ୍ବରେ ଚାଲୁଥିବାର ସୂଚନା ମିଳିଛି। ସଦ୍ୟତମ ସୂଚନା ଅନୁଯାୟୀ ତପସ୍ବିନୀ ଏକ୍ସପ୍ରେସ ଯୁଯୁମରା ଷ୍ଟେସନ ଛାଡ଼ି ସାରିଛି।
ଠିକ୍ ସେହିପରି ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ମଧ୍ୟ ୪ ଘଣ୍ଟା ବିଳମ୍ବରେ ଚାଲୁଥିବାର ସୂଚନା ମିଳିଛି।