ନୂଆଦିଲ୍ଲୀ : ପ୍ରବଳ ଶୀତ ଲହରି ଜାରି ରହିଥିବା ଏବଂ ଉତ୍ତରପ୍ରଦେଶର କିଛି ଅଂଶରେ ଘନ କୁହୁଡ଼ି ପାଇଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୂରନ୍ତୋ, ହିମଗିରି, ଶ୍ରମଜୀବୀ ସମେତ ୧୨ରୁ ଅଧିକ ଟ୍ରେନ୍‌ ବିଳମ୍ବରେ ଚାଲୁଛି। ରାସ୍ତାରେ ଡ୍ରାଇଭ୍‌ କରୁଥିବ‌ା ଲୋକମାନେ ବି ଘନ କୁହୁଡ଼ି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୁହୁଡ଼ି ପାଇଁ ଉତ୍ତରପ୍ର‌ଦେଶ ଏବଂ ବିହାର ଦେଇ ଯାତ୍ରା କରୁଥିବା ଅନେକ ଟ୍ରେନ୍‌ ବିଳମ୍ବ ଅଛି। କିଛି ଟ୍ରେନ୍‌ ୧୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବିଳମ୍ବରେ ଚାଲୁଛି।

Advertisment

ଅନ୍ୟପକ୍ଷେ ଦିଲ୍ଲୀରେ ପ୍ରଦୂଷଣ ଅତି ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଶୁକ୍ରବାର ଦିନ ଦିଲ୍ଲୀର ୨୪ ଘଣ୍ଟାର ହାରାହାରି ବାୟୁର ମାନ ସୁଚକାଙ୍କ ୩୯୯ ରହିଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ବାୟୁର ମାନ ଅତି ଖରାପ ରହିବ। ଇତି ମଧ୍ୟରେ ସରକାର ଦିଲ୍ଲୀରେ ସମସ୍ତ ଅନାବଶ୍ୟକ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିବାବେଳେ ଲୋକମାନଙ୍କୁ ଘରୁ ଅଫିସ କାମ କରିବାପାଇଁ ପରାମର୍ଶ ଦିଆଯାଇଛି।