ରେଳଯାତ୍ରା ସମୟରେ ଉପର ବର୍ଥ ପଡ଼ି ମହିଳାଙ୍କ ମୃତ୍ୟୁ , ରେଳବାଇ ଦେବ ୪ଲକ୍ଷ ୪୪ ହଜାର ଟଙ୍କା

ଅହମ୍ମଦାବାଦ: ଗୁଜୁରାଟର ସାବରକଣ୍ଠା ଜିଲ୍ଲାର ଦୋଦାଦ୍‌ ଗାଆଁର ରେଳଯାତ୍ରା ସମୟରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ଉପରେ ଟ୍ରେନର ଏକ ସିଟ୍‌ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ମୃତ୍ୟୁଜନିତ କ୍ଷତିପୂରଣ ବାବଦରେ ଖାଉଟି ଅଦାଲତ ଭାରତୀୟ ରେଳବାଇକୁ ୪ଲକ୍ଷ ୪୪ ହଜାର ଟଙ୍କା ଉକ୍ତ ମହିଳାଙ୍କ ପରିବାରକୁ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
୨୦୦୯ରେ ସବିତା ତାରଲ ନାମକ ଜଣେ ମହିଳା ନିଜ ପରିବାର ସହିତ ଖେଡବ୍ରହ୍ମା-ତଲୋଡ୍‌ ଟ୍ରେନରେ ଯାତ୍ରା କରିଥିଲେ। ଟ୍ରେନରେ ଅଚାନକ ବ୍ରେକ୍‌ ଲାଗିବା ଯୋଗୁଁ ହିମ୍ମତ ନଗର ରେଳ ଷ୍ଟେସନରେ ସବିତାଙ୍କ ଉପରେ ଥିବା ଉପର ବର୍ଥଟି ଖସି ପଡିଗଲା। ଏହାପରେ ସବିତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା,କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।


ଏହାପରେ ସବିତାଙ୍କ ସ୍ୱାମୀ ଓ ତାଙ୍କର ସାତଜଣ ସନ୍ତାନ ରେଳବାଇ ବିରୋଧରେ ସାଢେ ଛଅ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ମକଦ୍ଦମା ଦାୟର କରିଥିଲେ। ଖାଉଟି ଅଦାଲତ ଏହି ମାମଲାର ବିଚାର କରି ସବିତାଙ୍କ ପରିବାରକୁ ୪ଲକ୍ଷ ୪୪ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର