ଶ୍ରୀନଗର : ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବାର ଅବ୍ୟବହିତ ପୂର୍ବରୁ ଅଗଷ୍ଟ ୩ ତାରିଖରେ ଜମ୍ମୁ କଶ୍ମୀରରେ ଟ୍ରେନ୍ ସେବା ବନ୍ଦ ଥିଲା। ତେବେ ଦୀର୍ଘ ୧୦୦ ଦିନ ପରେ ଆସନ୍ତାକାଲିଠାରୁ କଶ୍ମୀରରେ ପୁଣିଥରେ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି। ଆଜି ଭାରତୀୟ ରେଳବାଇ ଏବଂ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଶ୍ରୀନଗର-ବାରମୁଳା ମଧ୍ୟରେ ଦୁଇଥର ଟ୍ରେନ୍ର ସଫଳ ଟ୍ରାଏଲ୍ ରନ୍ କରାଯାଇଥିଲା । ତେବେ ଆସନ୍ତାକାଲି ଠାରୁ ସମ୍ପୂର୍ଣ୍ଣ ଭାବେ ଟ୍ରେନ୍ ସେବା ଆରମ୍ଭ ହେବ। ଯାତ୍ରୀମାନଙ୍କ ସୁରକ୍ଷା ଉପରେ ବି ବିଶେଷ ଗୁରୁତ୍ବାରୋପ କରାଯାଇଛି।