ବଡ଼ଖବର : ଜୁନ୍ ୧ ତାରିଖରୁ ଚାଲିବ ଟ୍ରେନ, ରେଳମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଜୁନ ୧ ତାରିଖ ଠାରୁ ଟ୍ରେନ୍ ଚାଲିବ । ଭାରତୀୟ ରେଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଦଫାରେ ଲକଡାଉନ୍ ୪ ଶେଷ ହେବା ପର ଦିନ ୨୦୦ଟି ସାଧାରଣ ଟ୍ରେନ୍ ଚାଲିବ। କେବଳ ଅଣ-ଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଚାଲିବ ଓ ଏହାର ଟିକେଟ୍ ଅନଲାଇନରେ ହିଁ ମିଳିପାରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୦ ନନ-ଏସି ଟାଇମଟେବୁଲ ଟ୍ରେନ ଚଳାଚଳ କରିବ  ଓ ଏଥିରେ ଏଥିରେ ସାଧାରଣ ଯାତ୍ରୀ ଯାତାୟାତ କରିପାରିବେ ।

ଜୁନ ୧ ତାରିଖ ଠାରୁ ଚାଲିବାକୁ ଥିବା ଟ୍ରେନ ପାଇଁ ଖୁବ ଶୀଘ୍ର ଅନଲାଇନରେ ଟିକେଟ ମିଳିବ ବୋଲି ଶ୍ରୀ ଗୋୟଲ କହିଛନ୍ତି । ଅନଲାଇନ ଜରିଆରେ ନନ ଏସି ଦ୍ୱିତୀୟ ଶ୍ରେଣୀ ଟିକେଟ ମିଳିବ । ସବୁ ବର୍ଗର ଲୋକେ ଏହି ଟିକେଟ କିଣିବା ସୁବିଧା ପାଇପାରିବେ । ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ପୂର୍ବ ଭଳି ଚାଲିବ ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର