ଆଜିଠାରୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ୍‌: ୫୪ ହଜାର ଟିକେଟ୍ ବୁକିଂ ସରିଛି, ଆହୁରି ଚାଲିଛି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉାନ୍‌ ପ୍ରଭାବରୁ ବନ୍ଦ ରହିଥିବା ରେଳ ଚଳାଚଳ ଦୀର୍ଘ ଦୁଇ ମାସ ପରେ ଧୀରେ ଧୀରେ ସ୍ବାଭାବିକ ହେବାକୁ ଯାଉଛି। ଆଜିଠାରୁ ରେଳ ସେବା ଆରମ୍ଭ କରିଛି ଭାରତୀୟ ରେଳବାଇ।

ରେଳ ଟିକେଟ୍‌ ବୁକିଂ କରିବା ପାଇଁ ସୋମବାରଠାରୁ ଯାତ୍ରୀମାନଙ୍କ ସକାଶେ ସେବା ଉପଲବ୍ଧ କରିଛି ଭାରତୀୟ ରେଳବାଇ। ଦିଲ୍ଲୀରୁ ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁର, କୋଲକାତା ଓ ଆହୁରି ବଡ଼ ବଡ଼ ସହରଗୁଡ଼ିକୁ ଦିନକୁ ୧୫ଟି ଲେଖାଏଁ ଟ୍ରେନ୍‌ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି।

କେବଳ ସେତିକି ନୁହେଁ, ନୂଆ ମାର୍ଗଗୁଡ଼ିକରେ ଭାରତୀୟ ରେଳ ଆହୁରି ଅନେକ ସ୍ବତନ୍ତ୍ର ସେବା ଆରମ୍ଭ କରିବାର ଯୋଜନା କରିଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ୫୪ ହଜାର ଯାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଜାରି ହୋଇଛି। ୧୫ଟି ପାସେଞ୍ଜର୍‌ ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ‌ସୋମବାର ସଂଧ୍ୟା ୬ଟାରୁ ଆରମ୍ଭ ହୋଇଯାଇଛି।

: ନିଶ୍ଚିତ ହୋଇଥିବା ଇ-ଟିକେଟ୍ ପାଖରେ ଥିଲେ ହିଁ ଯାତ୍ରୀମାନଙ୍କୁ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

: ଯାତ୍ରୀମାନଙ୍କ ସହ ଟ୍ରେନ ଚଳାଉଥିବା ଚାଳକଙ୍କୁ ମଧ୍ୟ ଷ୍ଟେସନରେ ପ୍ରବେଶ କରିବା ପାଇଁ ନିଶ୍ଚିତ ହୋଇଥିବା ଇ-ଟିକେଟ୍ ଦେଖାଇବାକୁ ପଡିବ।

: ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବା ସହ ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ହିଁ ଯାତ୍ରା ପାଇଁ ଅନୁମତି ଦିଆଯିବ।


Jammu Links News

: ସମସ୍ତ ଯାତ୍ରୀଙ୍କୁ ଷ୍ଟେସନ ଏବଂ କୋଚର ପ୍ରବେଶ ଓ ପ୍ରସ୍ଥାନ ଗେଟରେ ହ୍ୟାଣ୍ଡ ସାନିଟାଇଜର ଯୋଗାଇ ଦିଆଯିବ |

: ଷ୍ଟେସନରେ ପ୍ରବେଶ କରିବା ପୂର୍ବରୁ ଏବଂ ଯାତ୍ରା ସମୟରେ ସମସ୍ତ ଯାତ୍ରୀ ଫେସ୍ କଭର / ମାସ୍କ ପିନ୍ଧିବେ। ଯାତ୍ରା ବେଳେ ସାମାଜିକ ଦୂରତ୍ବକୁ ସୁନିଶ୍ଚିତ କରାଯିବ ।

: ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ନିଜ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ରଖାଯାଇଥିବା ସ୍ଵାସ୍ଥ୍ୟ ପ୍ରୋଟୋକଲ୍ ମାନିବାକୁ ହେବ।

ସମ୍ବନ୍ଧିତ ଖବର