ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ ଆଦି ପ୍ରିମିୟମ୍‌ ଟ୍ରେନ୍‌ର ଟିଟିଇ ପିନ୍ଧିବେ ନୂଆ ୟୁନିଫର୍ମ

ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ ଭଳି ପ୍ରିମିୟମ୍‌ ଟ୍ରେନ୍‌ର ଟିକିଟ୍‌ ଏକ୍‌ଜାମିନର୍‌ମାନେ ଖୁବ୍‌ ଶୀଘ୍ର ଏକ ନୂତନ ବେଶପୋଷାକରେ ଦେଖା ଦେବେ।

ଟ୍ରେନ୍‌ ଟିକିଟ୍‌ ଏକ୍‌ଜାମିନର୍‌ (ଟିଟିଇ) ଏବଂ ସେମାନଙ୍କ ସୁପରିଣ୍ଟେଣ୍ଡେଣ୍ଟ୍‌ମାନେ ଏଥର ପାଉଁଶିଆ ଜ୍ୟାକେଟ୍‌, ପାଉଁଶିଆ ପ୍ୟାଣ୍ଟ୍‌, ଧଳା ସାର୍ଟ ଏବଂ ଲାଲ୍‌ ଟାଇ ପିନ୍ଧିବେ। ସୁପରିଣ୍ଟେଣ୍ଡେଣ୍ଟ୍‌ମାନଙ୍କ ସାର୍ଟର ଦୁଇ ହାତରେ ରହିବ ତିନୋଟି ଲେଖାଏଁ ସୁନେଲି ଗାର। ଟିଟିଇମାନଙ୍କ ସାର୍ଟର ଦୁଇ ହାତରେ ରହିବ ଦୁଇଟି ଲେଖାଏଁ ସୁନେଲି ଗାର। ସେମାନଙ୍କ ଛାତି ପକେଟ୍‌ରେ ଭାରତୀୟ ରେଳବାଇର ଲୋଗୋ।

ସମସ୍ତ ଜୋନ୍‌ର ଜେନେରାଲ୍‌ ମ୍ୟାନେଜରଙ୍କୁ ପଠା ଯାଇଥିବା ନିର୍ଦେଶାବଳୀରେ ରେଳବାଇ ବୋର୍ଡ ୟୁନିଫର୍ମ ପରିବର୍ତ୍ତନ ବାବଦରେ ସୂଚନା ଦେଇଛି। ଏହା ଖୁବ୍‌ ଶୀଘ୍ର ମିଳିବ ବୋଲି ମଧ୍ୟ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।

ରେଳବାଇ ବୋର୍ଡ ପାସେଞ୍ଜର୍‌ ମାର୍କେଟିଙ୍ଗ୍‌ ନିର୍ଦେଶକ ଶେଲି ଶ୍ରୀବାସ୍ତବ ଜାରି କରଥିବା ଅନ୍ୟ ଏକ ଆଦେଶରେ ଉଲ୍ଲେଖ ରହିଛି ଯେ ୟୁନିଫର୍ମର ରିଡିଜାଇନ୍‌ କରିବା କଥା ଏକ କମିଟି ଦ୍ୱାରା ଯାଞ୍ଚ୍‌ କରାଯାଇଛି। କମିଟିର ସୁପାରିଶ କ୍ରମେ ପରିବର୍ତ୍ତନ ଆଧରିତ ହୋଇଥିବାରୁ ସମସ୍ତ ରେଳବାଇ ଜୋନ୍‌କୁ ୟୁନିଫର୍ମ ଯୋଗାଇ ଦେବାକୁ କୁହାଯାଇଛି। ବୁଧବାର ଦିନ ଏହି ଆଦେଶ ଜାରି କରାଯାଇଥିଲା ଏଥିରେ ପରିବର୍ତ୍ତନର ସମୟସୀମା ନିର୍ଦ୍ଧାରଣ ଜାରି କରିବା କଥା କୁହାଯାଇଛି।

ପରେ ସମସ୍ତ ଟ୍ରେନ୍‌ରେ ଏ ଭଳି ୟୁନିଫର୍ମ ବ୍ୟବସ୍ଥା କରାଯାଇ ପାରେ ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର