ଭୁବନେଶ୍ବର: ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ କରମଣ୍ଡଳ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଛି। ତେବେ ଏହି ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଥିବା ସୂଚନା ମିଳୁଛି। ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁବା ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହତଙ୍କ ସଂଖ୍ୟା ୩୫୦ରୁ ଅଧିକରେ ପହଞ୍ଚିଛି। ଏହି ସଂଖ୍ୟା ମଧ୍ୟ ଅଧିକ ହେବା ଆଶଙ୍କା ରହିଛି। ଆହତଙ୍କୁ ବାଲେଶ୍ୱର ଭଦ୍ରକର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗୁରୁତର ଆହତଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ବାଲେଶ୍ୱର, ଭଦ୍ରକ, ସୋର ଡାକ୍ତରଖାନାରେ ଡକ୍ତାର ନଥିବାରୁ ଚିକିତ୍ସାରେ ଅସୁବିଧା ଦେଖାଯାଉଛି । ତେବେ ସରକାରୀ ଭାବେ ମୃତାହତ ସଂଖ୍ୟା ଘୋଷଣା କରାଯାଇନାହିଁ। କିନ୍ତୁ ବିଭିନ୍ନ ହସପିଟାଲରେ ଡାକ୍ତର ସଂଖ୍ୟା କମ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଯେତିକି ଆମ୍ବୁଲାନ୍ସ ନିୟୋଜିତ ହୋଇଛି ତାହା ନିଅଣ୍ଟ ହୋଇଥିବାରୁ ଟ୍ରାକ୍ଟରରେ ମୃତାହତଙ୍କୁ ନିଆଯାଉଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/082550a3-3908-4868-b5c9-30941a007b78.jpg)