ଇଞ୍ଜିନବିହୀନ ‌‘ଟ୍ରେନ୍‌ ୧୮’ର ପରୀକ୍ଷାମୂଳକ ଚଳାଚଳ

ଲକ୍ଷ୍ନୌ: ଭାରତର ବହୁଚର୍ଚ୍ଚିତ ପ୍ରଥମ ଇଞ୍ଜିନବିହୀନ ରେଳ ‘ଟ୍ରେନ୍‌ ୧୮’ ଆଜି ପ୍ରଥମ ଥର ପାଇଁ ଚଳାଚଳ କରିଛି। ଉତ୍ତର ପ୍ରଦେଶର ବରେଲି-ମୋରାଦାବାଦ ରୁଟ୍‌ରେ ଏହାର ପରୀକ୍ଷାମୂଳକ ଚଳାଚଳ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଇଣ୍ଟିଗ୍ରାଲ୍‌ କୋଚ୍‌ ଫ୍ୟାକ୍ଟୋରି ଦ୍ବାରା ବିକଶିତ ଏହି ଟ୍ରେନ୍‌କୁ ଅକ୍ଟୋବର ୨୯ରେ ରେଳ ବୋର୍ଡ ଅଧ୍ୟକ୍ଷ ଅଶ୍ବନି ଲୋହାନି ଲୋକାର୍ପଣ କରିଥିଲେ। ୧୦୦ କୋଟି ଟଙ୍କା ବ୍ୟୟ‌ରେ ଏହାକୁ ୧୮ ମାସ ମଧ୍ୟରେ ନିର୍ମାଣ କରାଯାଇଛି। ଏଥିରେ ୧୬ଟି ଏସି ବଗି ରହିଛି। ବରେଲି-ମୋରାଦାବାଦ ରୁଟ୍‌ ପରେ କୋଟା ଓ ସୱାଇ ମାଧୋପୁର ରୁଟ୍‌ରେ ଏହାର ପରୀକ୍ଷାମୂଳକ ଦ୍ରୁତ ଚଳାଚଳ ଆରମ୍ଭ ହେବ।

ସମ୍ବନ୍ଧିତ ଖବର